fbpx

ତିନି ବର୍ଷ ବୟସରେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଅନେକ ସମୟରେ ଛୋଟ ପିଲା ବିଭିନ୍ନ ଆଶ୍ଚର୍ଯ୍ୟଜନକ କାମ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି । ସେହିଭଳି ଜଣେ କୁନିଝିଅ ଯୋଗରେ ତାଙ୍କର ପ୍ରତିଭା ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କେବଳ ସେତିକି ନୁହେଁ ତାଙ୍କର ଏହି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି ।

ଦିଲ୍ଲୀର ବାନ୍ୟା ଶର୍ମା ୨ବର୍ଷରୁ ଯୋଗ କରୁଛନ୍ତି । ସେ ପ୍ରାୟ ୪୦ରୁ ଅଧିକ ଯୋଗାସାନ ଅତି ସହଜରେ କରିପାରୁଛନ୍ତି । ଯେତେବେଳେ ସେ ୨ବର୍ଷ ୬ ମାସର ହୋଇଥିଲେ ସେତେବେଳେ ସେ ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତାରେ ଭାଗନେଇ ନିଜ ବୟସ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ତିନି ବର୍ଷ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଜିନିୟସ୍ ବୁକ୍ ଅଫ୍ ରେକର୍ଡ ଆଉ ଏବେ ତିନି ବର୍ଷ ୬ ମାସରେ ବିଶ୍ୱ ରେକର୍ଡ କରି ଭାରତ ପାଇଁ ସୁନାମ ଆଣିଛନ୍ତି । ପୂର୍ବରୁ ଗୁରୁ ରାମଦେବ ତଥା ଆଚାର୍ଯ୍ୟ ବାଳକୃଷ୍ଣ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି ।

କଠିନରୁ କଠିନ ଆସନ ମଧ୍ୟ ସେ ସହଜରେ କରିପାରୁଛନ୍ତି । ଭୁଜଙ୍ଗାସନ, ପୁର୍ଣ୍ଣ ଭୁଜଙ୍ଗାସନ, ସୁପ୍ତବଜ୍ରାସନ, କଟିଚକ୍ରାସନ, ସେତୁବନ୍ଧ ଆସନ, ମଣ୍ଡୁକାସନ ଭଳି ଅନେକ ଆସନ ଅତି ସହଜରେ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଏହା ସହ ସେ ସମସ୍ତଙ୍କୁ ଯୋଗ କରିବା ତଥା ସୁସ୍ଥି ରହିବା ପାଇଁ ଉପଦେଶ ଦେଉଛନ୍ତି ।

Get real time updates directly on you device, subscribe now.