ଓଡିଶାରେ ଲୁଚିଥିଲେ ବାଂଲାଦେଶୀ; ପୋଲିସ ଚଢାଉ କରିବାରୁ ଧରାପଡିଲେ ୩୦ରୁ ଅଧିକ, ଘଟଣାସ୍ଥଳରୁ କିଛି ଜଣ ଫେରାର ହୋଇଯାଇଥିବା ସୂଚନା…
ଓଡି଼ଶାରେ ପଶିଲେଣି ବାଂଲାଦେଶୀ...
ଓଡିଶା ଭାସ୍କର: ଓଡିଶାରେ ଲୁଚିଥିଲେ ଏକାଧିକ ବାଂଲାଦେଶୀ। ଚଢାଉ କରି ଧରିନେଲା ପୋଲିସ। ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ୍।
ଜଗତସିଂହପୁର ଅନ୍ତର୍ଗତ ସଦରଥାନା ବେହେରାମପୁର ବସ୍ତିରେ ପୋଲିସ ରେଡ୍ କରିବା ପରେ ସେଠାରେ ଅନେକ ବାଂଲାଦେଶୀ ରହୁଥିବା ପୋଲିସ ଜାଣିପାରିଛି। ଚଢାଉ ହୋଇଥିବେ ବେଳେ ୧୦ ଜଣ ଘଟଣାସ୍ଥଳରୁ କୁଆଡେ ଫେରାର ହୋଇଯାଇଥିବା କୁହାଯାଉଛି। ଦୁଇ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି।
ଭଡାଘରେ ୩୦ ରୁ ଅଧିକ ବାଂଲାଦେଶୀ ରହୁଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
ଗୋଟିଏ ବନ୍ଧୁକ ସହ ୫ଟି ଆନ୍ଧ୍ରପ୍ରଦେଶର କଟୁରୀ ତାଙ୍କ ପାଖରେ ଥିବା ଧରାପଡିଛି। ଅଧିକ ତଦନ୍ତ କରୁଛି ପୋଲିସ। ଘଟଣାସ୍ଥଳରେ ଏବେ ବି ଚାଲିଛି ତନାଘନା।
ସୂଚନାଯୋଗ୍ଯ ଯେ ମାର୍ଚ୍ଚ ୨୦୨୫ରେ ଓଡ଼ିଶା ବିଧାନସଭାରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ଜଗତସିଂପୁର ଜିଲ୍ଲାରେ ୧,୧୧୨ ଜଣ ଅବୈଧ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା।ସୂଚନାଯୋଗ୍ଯ ଯେ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ଆସି ରହୁଥିବା ବାଂଲାଦେଶୀଙ୍କୁ ଏଥିରେ ଧରାଯାଉଛି।
ରାଜ୍ୟରେ ମୋଟ ୩,୭୪୦ ଜଣ ଅବୈଧ ବାଂଲାଦେଶୀ ପ୍ରବାସୀ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ କେନ୍ଦ୍ରାପଡ଼ାରେ ସର୍ବାଧିକ ସଂଖ୍ୟକ ୧,୬୪୯ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିଲେ ଏବଂ ତା’ପରେ ଜଗତସିଂପୁର ଜିଲ୍ଲାରୁ ସବୁଠାରୁ ଅଧିକ ଲୋକଙ୍କୁ ଧରା ଯାଇଥିଲା। ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଥିଲା।
