fbpx

ଖୁବଶୀଘ୍ର ଆସୁଛି ଆଉ ଏକ ଦେଶୀ ଟିକା, ଜାଣନ୍ତୁ କେତେ ଟଙ୍କାରେ କିଣୁଛନ୍ତି ସରକାର ?

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆସିଛି ଆଉ ଏକ ଖୁସି ଖବର । ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା । ଘରୋଇ ଭ୍ୟାକ୍ସିନ କମ୍ପାନୀ ବାୟୋଲୋଜିକାଲ –ଇ ୩୦ କୋଟି ଟିକା ଦେବ । ଟିକା ପାଇଁ ହାଇଦ୍ରାବାଦସ୍ଥିତ କମ୍ପାନୀ ସହ କେନ୍ଦ୍ର ସରକାରଙ୍କ ଚୁକ୍ତି ହୋଇଛି । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ବାୟୋଲୋଜିକାଲ –ଇ ୩୦ କୋଟି ଟିକା ଦେବ । ଟିକା ପାଇଁ ଅଗ୍ରାମୀ ଆକାରରେ କେନ୍ଦ୍ର ସରକାର ୧୫୦୦ କୋଟି ଟଙ୍କା ଦେବେ । ଅର୍ଥାତ ଗୋଟିଏ ଡୋଜ ପାଇଁ ୫୦ ଟଙ୍କା ଦେବାକୁ ପଡିବ । ଘରୋଇ ବଜାରରେ ଟିକା ମୂଲ୍ୟ ଏପର୍ୟ୍ୟନ୍ତ ସ୍ଥିର କରାଯାଇ ନାହିଁ । ଏହି ଟିକାକୁ ଦୁନିଆର ସବୁଠାରୁ ଶସ୍ତା ଟିକା ବୋଲି କୁହାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ଟିକା ମୂଲ୍ୟ ପ୍ରତି ଡୋଜରେ ୧.୫ ଡଲାର ହୋଇପାରେ, ଯାହାକି ଭାରତୀୟ ମୂଲ୍ୟରେ ପ୍ରାୟ ୧୧୦ ଟଙ୍କା।

ତେବେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟିକାକୁ ସଫଳତା ମିଳିସାରିଛି । ଏବେ ବାୟୋଲୋଜିକାଲ –ଇ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଆଗାମୀ ୩ ମାସ ମଧ୍ୟରେ ଏହି ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି । ତେବେ ବାୟୋଲୋଜିକାଲ –ଇ ଟିକାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବ ଆଶାବାଦୀ ଥିବା ଜଣାପଡିଛି ।

Get real time updates directly on you device, subscribe now.