fbpx

ଏହା ଦୈବୀ ଶକ୍ତି ନା ଯାଦୁ: ହଠାତ୍ ଭାଙ୍ଗି ପଡ଼ିଲା ୩୦ ବର୍ଷର ପୁରୁଣା ଏକ ବିଶାଳକାୟ ଗଛ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ତେବେ ୩୦ ବର୍ଷର ଏକ ପୁରୁଣା ଗଛ ହଠାତ୍ ଭାଙ୍ଗି ପଡ଼ିଥିଲା । ଏହି ଦୃଶ୍ୟ ଭିଡିଓରେ ରେକର୍ଡ ହୋଇଛି । ସାଧାରଣ ଭାବେ ଭୟଙ୍କର ଝଡ଼, ତୋଫାନ ହେଲେ ଏପରି ବଡ଼ ବଡ଼ ଗଛ ଭାଙ୍ଗିବାର ସମ୍ଭାବନା ଥାଏ । ସାଧାରଣ ପବନ ଏହି ଗଛମାନଙ୍କୁ ହଲାଇ ପାରିନଥାଏ ।

ତେବେ ଗଛଟି ଯେଉଁପରି ଭାବେ ଭାଙ୍ଗି ଭୂମିରେ ପଡ଼ିଲା, ତାହା କୌଣସି ଯାଦୁ ବା ଦୈବୀ ଶକ୍ତିଠାରୁ କମ୍ ନୁହେଁ । ଏହି ଗଛଟି ରାଜସ୍ଥାନର ଜୟପୁରର ଏକ ମନ୍ଦିର ନିକଟରେ ରହିଥିଲା । ତେବେ ଗଛ ତଳେ ତିନି ଜଣ ଯୁବକ ବସିଥିଲେ । ଭାଗ୍ୟ ଭଲ ଗଛଟି ସେମାନଙ୍କ ବିପରୀତ ଦିଗରେ ପଡ଼ିଥିଲା । ନଚେତ୍ ଅକାଳରେ ୩ଟି ଅମୂଲ୍ୟ ଜୀବନ ଚାଲିଯାଇଥାନ୍ତା ।

ପୀପଲ ଗଛଟି ଜୟପୁରରର ଭାଙ୍କରୋଟା ଅଞ୍ଚଳର ଶ୍ରୀରାମ ପାଲର ବାଜାଲୀ ମନ୍ଦିର ନିକଟରେ ଗତ ୩୦ ବର୍ଷ ଧରି ଛିଡ଼ା ହୋଇଥିଲା । ମାତ୍ର ଆଜି ବିନା କୌଣସି କାରଣରୁ ତାହା ଭୂମିରେ ଲୋଟିବା ସମସ୍ତଙ୍କୁ ତାଜୁବ୍ କରିଦେଇଛି । ସନ୍ଧ୍ୟା ୮.୩୦ ସମୟରେ ଏହି ଘଟଣାଟି ଘଟିଥିଲା । ଗୋଟିଏ ପଟେ ମନ୍ଦିରର ଏକ କାର୍ଯ୍ୟକ୍ରମରେ ୧୫୦ ଲୋକ ଏକାଠି ହୋଇଥିବା ବେଳେ ଅନ୍ୟପଟେ ଗଛଟି ଦମକିନା ଭୂମିରେ ପଡ଼ିଯାଇଥିଲା । ତେବେ ପୁରୁଣା ପଛଟି ବାରମ୍ବାର ବର୍ଷାରେ ଦୁର୍ବଳ ହୋଇ ଭାଙ୍ଗିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Get real time updates directly on you device, subscribe now.