fbpx

ଜିଓ ଦେବ ବିନା ରିଚାର୍ଜରେ ମାଗଣା ୩୦୦ ମିନିଟ, ଜାଣନ୍ତୁ ସର୍ତ୍ତାବଳୀ

ନୁଆ ଦିଳ୍ଲୀ, ୧୪/୫: ରିଲାଏନ୍ସ ଜିଓ ଏହାର ଜିଓ ଫୋନ ଗ୍ରାହକଙ୍କ ପାଇଁ ଆଣିଛି ଦୁଇଟି ନୂତନ ଅଫର । ଏହି ଅଫର ପାଇଁ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବରେ ଉଦ୍ୟମ କରିଛନ୍ତି । ତେବେ ଏହି ଅଫର ଦ୍ୱାରା ଗ୍ରାହକଙ୍କୁ ୩୦୦ ମିନିଟ ବା ୧୦ ମିନିଟ ପ୍ରତିଦିନ ହିସାବରେ ପ୍ରତିମାସରେ ମିଳିବ ତେବେ ଏହି ଅଫର କେବଳ ସେହିମାନଙ୍କ ପାଇଁ ଯେଉଁମାନେ କୋଭିଡ ମହାମାରୀ କାରଣରୁ ନିଜର ଜିଓ ଫୋନ ଆକାଉଣ୍ଟକୁ ରିଚାର୍ଜ କରିପାରୁନାହଁନ୍ତି । ଏହା ଛଡା କଂପାନୀ ଏହାର ସମସ୍ତ ଜିଓ ଫୋନ ଗ୍ରାହକଙ୍କ ପାଇଁ ମଧ୍ୟ ଅନ୍ୟ ଏକ ଅଫର ଆଣିଛି ଏହି ଅଫର ଦ୍ୱାରା ଗ୍ରାହକମାନେ ଯଦି କୌଣସି ରିଚାର୍ଜ କରୁଛନ୍ତି ତେବେ ସେମାନେ ଉକ୍ତ ରିଚାର୍ଜର ଆଉ ଏକ ରିଚାର୍ଜ କଂପାନୀ ତରଫରୁ ମାଗଣାରେ ପାଇପାରିବେ ।
ଏହି ‘ବାଏ ୱାନ ଗେଟ ୱାନ’ ଅଫରରେ ଯିଦ କୌଣସି ଗ୍ରାହକ ୭୫ ଟଙ୍କାର ରିଚାର୍ଜ କରୁଛନ୍ତି ତାହାଲେ ସେହି ୭୫ ଟଙ୍କାର ଆଉ ଏକ ରିୀଚାର୍ଜ ମାଗଣାରେ ପାଇବେ । କଂପାନୀ ଏହି ଅଫରର ମୁଖ୍ୟ ଉଦେଶ୍ୟ ରହିଛି ସବୁ ଭାରତୀୟ, ଏଭଳିକି ଯେଇଁମାନେ କୋଭିଡ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ସେମାନେ କିଭଳି ଏହି କଠିନ ସମୟରେ ନିଜର ପ୍ରିୟଜନଙ୍କ ସହ ଯୋଡି ହୋଇ ରହିପାରିବେ । ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ସମସ୍ତେ ଏହି କଠିନ ସମୟରେ ପରସ୍ପର ସହ ଯୋଡି ହୋଇପାରିବେ ।ତେବେ ଏହି ନୂତନ ପ୍ଲାନ ଦ୍ୱାରା କୋଟି କୋଟି ଗ୍ରାହକ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟକୁ ପୁଣିଥରେ ସକ୍ଷମ କରିବାରେ ସାହାଯ୍ୟ କରିପାରିବା ନେଇ କଂପାନୀ ତରଫରୁ କୁହାଯାଇଛି । ଏହି ଅଫରର ଲାଭ ସମସ୍ତଙ୍କୁ ମିଳିବ ।
ଜିଓ ଫୋନ ଗ୍ରାହକଙ୍କୁ ଏକ ସହଜ ଏବଂ ସୁବିଧା ଉପାୟରେ ମୋବଇଲ ଇଣ୍ଟରନେଟ ଏବଂ କଲ କରିବାର ସୁବିଧା ଯୋଗାଇଥାଏ ଏବଂ ବାକି ଫୋନ ତଥା ରିଚାର୍ଜ ଠାରୁ ଖୁବ ଶସ୍ତା ମଧ୍ୟ ହୋଇଥାଏ । ଏଥିରେ ହ୍ୱାଟ୍ସଆପ୍ ଭଳି ଆପର ସୁବିଧା ମଧ୍ୟ ରହିଛି । ଏହା ପ୍ରଥମ କରି ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ବେସ ଉପଯୋଗୀ ହୋଇଥାଏ ।
ଏହା ଛଡା ଜିଓ ଫୋନ ସବୁବେଳେ ସ୍ୱତନ୍ତ୍ର ରିଚାର୍ଜ ପ୍ଲାନ ଦେଇଥାଏ ଯେଉଁଥିରେ ଡାଟା ସହ ଅନେକ ସୁବିଧା ରହିଥାଏ । ଏହା ସ୍ପେଶାଲ ଡିସକାଊଣ୍ଟ ଏବଂ କ୍ରିକେଟ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକର ଅଫର ଦେଇଥାଏ । ତେବେ ଜିଓ ଫୋନର ଏହି ଅଫର ଗୁଡିକ ଉପଲବ୍ଧ ହୋଇଗଲାଣି । ଏହ ସହ କଂପାନୀ ସ୍ପଷ୍ଟ କରିଛି ଏହି ବାଏ ୱାନ ଗେଟ ୱାନ ଅଫର ବାର୍ଷିକ ରିଚାର୍ଜରେ ପ୍ଲାନ ସହ ଲାଗୁ ହେବ ନାହିଁ କିମ୍ବା ଜିଓର କୌଣସି ବଣ୍ଡଲ ପ୍ୟାକ ସହ ମଧ୍ୟ ଲାଗୁ ହେବନାହିଁ ।

Get real time updates directly on you device, subscribe now.