fbpx

୩ ହଜାରରୁ ଅଧିକ କଳା ହରିଣ! ମୋଦୀ ଶେଆର୍ କଲେ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ୩ ହଜାରରୁ ଅଧିକ କଳା ହରିଣ ଦୌଡୁଥିବା ଏକ ଭିଡିଓ ଶେଆର୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଭିଡିଓଟି ଗୁଜରାଟର ଭାବନଗର ଜିଲ୍ଲାର ଜାତୀୟ ଉଦ୍ୟାନ ଅଞ୍ଚଳର ।

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଏକକାଳୀନ ହଜାର ହଜାର କଳା ହରିଣ ରାସ୍ତା ପାର୍ ହେଉଛନ୍ତି । ଆଉ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିଡିଓକୁ ଶେଆର୍ କରିବା ସହ କ୍ୟାପ୍ସନରେ ଲେଖିଛନ୍ତି ଯେ- ଏକ୍ସଲେଣ୍ଟ । ତେବେ ଭିଡିଓଟିକୁ ପ୍ରଥମେ ଗୁଜରାଟର ସୂଚନା ଓ ପ୍ରସାରଣ ବିଭାଗ ଦ୍ୱାରା ଟ୍ୱିଟ୍ କରାଯାଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ରିଟ୍ୱିଟ୍ କରିଛନ୍ତି ।

ଗୁଜରାଟ ସୂଚନା ଓ ପ୍ରସାରଣ ବିଭାଗ ଅନୁସାରେ ୩ ହଜାରରୁ ଅଧିକ କଳା ହରିଣ ରାସ୍ତା ପାର୍ ହେବା ସହ ଦୌଡୁଥିବା ଦେଖା ଯାଇଥିଲା । ଏହି କଳାହରିଣ ବା ବ୍ଲାକ୍ ବକ୍ ପ୍ରଜାତିକୁ ୧୯୭୨ ମସିହାରୁ ବନ୍ୟଜୀବ ସଂରକ୍ଷର ଆଇନ ଅନୁସାରେ ଶିକାର ପ୍ରତି ବାରଣ କରାଯାଇଛି । ଭାବନଗରର ଉକ୍ତ ଜାତୀୟ ଉଦ୍ୟାନରେ ଆହୁରି ଅନେକ ବିରଳ ପ୍ରଜାତିର ପକ୍ଷୀ ଓ ପଶୁ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.