fbpx

ଘାରିଲା ଓମିକ୍ରନ ଭୟ, ମହାରାଷ୍ଟ୍ର ଫେରିଥିବା ୩୧୮ ଯାତ୍ରୀଙ୍କ ମଧ୍ୟରୁ ୧୨ ନିଖୋଜ

ମୁମ୍ବାଇ : ଓମିକ୍ରନ ଭାରିଏଣ୍ଟର ବିପଦ ମଧ୍ୟରେ ମହାରାଷ୍ଟ୍ରର ଥାନେରୁ ଆସିଛି ଚିନ୍ତାଜନକ ଖବର। ସ୍ଵାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ନିକଟରେ ବିଦେଶରୁ ଫେରୁଥିବା ୩୧୮ ଲୋକଙ୍କ ମଧ୍ୟରୁ ୧୨ ଜଣଙ୍କ ଠିକଣା ମିଳୁନାହିଁ। ଖବର ବୁଝିବା ବେଳକୁ ଜଣା ପଡିଛି ଯେ, ସମସ୍ତେ ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାସିନ୍ଦା।

ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ଓମିକ୍ରନ ଭାରିଏଣ୍ଟର ୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ ସଂକ୍ରମଣରେ ଏହା ସର୍ବାଧିକ ମାମଲା। ମଙ୍ଗଳବାର ଥାନେ ଜିଲ୍ଲାର କଲ୍ୟାଣ ଡୋମ୍ବିବଲି ନଗର ନିଗରମର ଅଧିକାରୀ କହିଛନ୍ତି, ବିଦେଶରୁ ଫେରିଥିବା ୩୧୮ ଯାତ୍ରୀଙ୍କ ମଧ୍ୟରୁ ଅତି କମରେ ୧୨ ଜଣଙ୍କ ସନ୍ଧାନ ମିଳୁନି। ଲୋକଙ୍କ ଠିକଣା ଜାଣିବା ପାଇଁ ତଲାସି ଅଭିଯାନ ଜାରି ରହିଛି। ଯେଉଁ ଯାତ୍ରୀ ଫେରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଠିକଣା ମିଳିବା ମୁସ୍କିଲ, କାରଣ ସେମାନଙ୍କର ମୋବାଇଲ ବନ୍ଦ ରହିଛି। ବାକି ଅନ୍ୟମାନଙ୍କ ଭୁଲ୍ ଠିକଣା ଦିଆଯାଇଛି।

କେଡିଏମସି ପ୍ରମୁଖ କହିଛନ୍ତି, ସ୍ଵାସ୍ଥ୍ୟ ବିଭାଗର ଏକ ଦଳ ପୁଣି ଥରେ ଦିଆଯାଇଥିବା ଠିକଣା ସ୍ଥଳକୁ ଯିବେ। ଗତ କିଛି ଦିନରେ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀ ନିଖୋଜ ରହୁଥିବା ଖବର ମିଳିଛି। ଏହା ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନର ଚିନ୍ତାକୁ ବଢାଇ ଦେଇଛି।

Get real time updates directly on you device, subscribe now.