fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୧୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୩ା୫: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୧୬ ହଜାର ୨୧୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୩୪ ଲକ୍ଷ ୮୧ ହଜାର ୬୧୩କୁ ବୃଦ୍ଧି ପାଇଛି । ମୋଟ ୧୩ କୋଟି ୭ ଲକ୍ଷ ୯୧ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୯୪ ଲକ୍ଷ ୭୩ ହଜାର ୯୩୫ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୧ ଲକ୍ଷ ୧୧ ହଜାର ୭୮୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୨ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୯୧ ହଜାର ୬୨ରେ ପହଞ୍ଚିଛି । କରୋନାର ଭୟଙ୍କର ସଂକ୍ରମଣ ଫଳରେ ସାଧାରଣ ଜନତାଙ୍କ ଜୀବନଯାତ୍ରା ଦୁର୍ବିସହ ହେବାରେ ଲାଗିଛି ।

Get real time updates directly on you device, subscribe now.