fbpx

ହୀରାକୁଦର ୩୨ଟି ଗେଟ୍ ଖୋଲା

ସମ୍ବଲପୁର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଉଛି । ଏବେ ଆଉ ୪ଟି ଗେଟ୍ ଖୋଲାଯାଇଛି । ଏହାସହ ବର୍ତ୍ତମାନ ହୀରାକୁଦର ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏଥିରେ ୬ ଲକ୍ଷ ୯୦ ହଜାର ୧୧୮ କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ଜଳସ୍ତର ୬୨୫.୨୯ ଫୁଟ ରହିଛି ।

Get real time updates directly on you device, subscribe now.