fbpx

ସ୍ତ୍ରୀକୁ ବାଲକୋନୀରୁ ଠେଲି ମାରିଦେଲା ସ୍ୱାମୀ, ଜାଣନ୍ତୁ କ’ଣ ଥିଲା କାରଣ

ମେରୁଟ, ୧୪/୫: ବାଲକୋନୀରୁ ପଡି ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ  । ତେବେ ଅଭିଯୋଗ ହୋଇଛି କି ତାଙ୍କ ନିଶାଖୋର ସ୍ୱାମୀ ତାଙ୍କୁ ବାଲକୋନୀରୁ ତଳକୁ ଠେଲିଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ଗୁରବାର ଉତ୍ତରପ୍ରଦେଶର କାଳିଆ ଗାଢୀ ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲା । ପୋଲିସର କହିବା ଅନୁଯାୟୀ ମୃତ ମହିଳା ରଜନୀ ଏବଂ ତାଙ୍କ ସ୍ୱାମୀ ବିରେନ୍ଦ୍ର ସିଂ ୧୨ ବର୍ଷ ତଳେ ବିବାହ କରିଥିଲେ । ବିରେନ୍ଦ୍ର ଡାଇଭର ଭାବରେ କାମ କରୁଥିଲେ, ଏବଂ ସେ ସବୁବେଳେ ନିଶା ସେବନ କରୁଥିଲେ ଫଳରେ ପରସ୍ୱର ମଧ୍ୟରେ ଝଗଡା ଲାଗି ରହୁଥିଲା । ତେବେ ଏହି ଝଗଡା କରୁଥିବା ସମୟରେ ବିରେନ୍ଦ୍ର ତାଙ୍କ ପତ୍ନୀଙ୍କୁ ସେ ରହୁଥିବା ଘରର ତୃତୀୟ ମହଲାରୁ ତଳକୁ ଠେଲିଦେଇଥିଲା ଏବଂ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏସପି ଭିନିତ ଭଟ୍ଟନାଗର କହିଛନ୍ତି ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡିବ ।  ପୂର୍ବରୁ ବିରେନ୍ଦ୍ରକୁ ଘରୋଇ ହିଂସା କାରଣରୁ କିଛି ମାସ ପାଇଁ ଜେଲକୁ ମଧ୍ୟ ଯାଇଥିଲା ।

Get real time updates directly on you device, subscribe now.