fbpx

୩୬ କୋଟି ଭାରତୀୟଙ୍କୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଦିଆଯିବ ସ୍ପୁଟନିକ ଭି କରୋନା ଟିକା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ରୋକିବାପାଇଁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାମଧ୍ୟରେ ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ ବୋଲି ଲକ୍ଷ୍ୟ ରଖିଛି ବୋଲି ଦାୟିତ୍ଵରେ ଥିବା ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଏହି ଟିକାକରଣରେ ଆଗାମୀ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ୩୬ କୋଟି ଭାରତୀୟଙ୍କୁ ସ୍ପୁଟନିକ ଭି ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇ ଥିବା ସୂଚନାରୁ ଜଣାପଡିଛି ।

ଗତ ୧ ତାରିଖରେ ରୁଷଠାରୁ ୧୫ ଲକ୍ଷ ପାନ ସ୍ପୁଟନିକ ଭି ଟିକା ଭାରତ ଆଣିଥିବା ବେଳେ ଏ ମାସ ମଧ୍ୟ ସମାନ ସେତିକି ଟିକା ଆଣିବ । ମେ, ଜୁନ, ଜୁଲାଇ ୩ ମାସ ମଧ୍ୟରେ ରୁଷଠାରୁ ଭାରତ ୧ କୋଟି ୮୦ ଲକ୍ଷ ଟିକା ଆଣିବାର ଯୋଜନା ରହିଛି । ସେଥିରୁ ମେ ମାସରେ ୩୦ ଲକ୍ଷ, ଜୁନରେ ୫୦ ଲକ୍ଷ ଏବଂ ଜୁଲାଇରେ ୧ କୋଟି ଟିକା ଆସିବା ନେଇ ସୂଚନା ରହିଛି ।

ଆରଡିଆଇଏଫ ୮୫ କୋଟି ଟିକା ଉତ୍ପାଦନ କରିବା ଲାଗି ଭାରତର ୫ଟି କମ୍ପାନୀ ସହିତ ଚୁକ୍ତି କରିଛି। ଏହି ଟିକା କେବଳ ଭାରତରେ ଉତ୍ପାଦନ ହେବ ସହିତ ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ ମଧ୍ୟ କରାଯିବ।ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯିବା ପରେ ୩ୟ ଟିକା ଭାବେ ରୁଷର ସ୍ପୁଟନିକ ଭି’ର ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି।

Get real time updates directly on you device, subscribe now.