ଏକାସଙ୍ଗେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ; ପୋଲିସକୁ ବଡ଼ ସଫଳତା, ଆଗକୁ ଆହୁରୀ ଅନେକ ମାଓବାଦୀ ଆତ୍ମସମର୍ପଣ କରିପାରନ୍ତି ବୋଲି କୁହାଯାଉଛି…
ଆତ୍ମସମର୍ପଣ କଲା ହିଡମାର ମୁଖ୍ଯ ସହଯୋଗୀ...
ଓଡିଶା ଭାସ୍କର: ହିଡମା ମୃତ୍ଯୁ ପରେ ଏବେ ଜଣକ ପରେ ଜଣେ ମାଓବାଦୀ ଆସି ଆତ୍ମସମର୍ପଣ କରୁଛନ୍ତି। ବିପୁଳ ଅସ୍ତ୍ରଶସ୍ତ୍ର ସହ ତେଲେଙ୍ଗାନା ଡିଜିପିଙ୍କ ନିକଟରେ ସରେଣ୍ଡର କରିଛନ୍ତି ଏମାନେ। ପ୍ରଶାସନ ଆଗାମୀ କିଛି ବର୍ଷ ଭିତରେ ମାଓ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ପ୍ରୟାସ ଚାଲିଛି।
ତେବେ ସବୁଠାରୁ ବଡ଼ କଥା ହେଉଛି ଆତ୍ମସମର୍ପଣ କରିଥିବା ଲୋକଙ୍କ ଭିତରେ ହିଡମାର ମୁଖ୍ଯ ସହଯୋଗୀ ମଧ୍ୟ ରହିଛି। ଯାହାକି ପୋଲିସ ପାଇଁ ଏକ ବଡ଼ ସଫଳତା।
ଆତ୍ମସମର୍ପଣ କଲେ ୩୭ ମାଓବାଦୀ। ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ। ଗୋଟେ ଏକେ-୪୭ ଜବତ। ଦୁଇଟି ଏସଏଲଆର ରାଇଫଲ ମିଳିଥିବା ମଧ୍ୟ କୁହାଯାଉଛି। ଏସସିଏମ ରମେଶ ଓରଫ ଅପ୍ପାସି ନାରାୟଣର ଆତ୍ମସମର୍ପଣ କରିଛି।
ଅନ୍ଯପଟେ ହିଡମାର ମୁଖ୍ଯ ସହଯୋଗୀ ମୁଚାକି ମଧ୍ୟ ଏମାନଙ୍କ ଭିତରେ ଆତ୍ମସମର୍ପଣ କରିଥିବା କୁହାଯାଉଛି।ଏହାଛଡା ୩ ଷ୍ଟେଟ କମିଟି ସଦସ୍ଯ, ୩ ଡିଭିସି ମଧ୍ୟ ଆସି ସରେଣ୍ଡର କରିଛନ୍ତି।
