fbpx

ଉତ୍ସବ ପାଳନ କାଳ ହେଲା: ଦଳାଚକଟାରେ ୩୮ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ

ଜେରୁଜେଲମ, ୩୦ା୪: ସମଗ୍ର ବିଶ୍ୱରେ କରୋନାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଇସ୍ରାଏଲରେ ଦଳାଚକଟାରେ ବହୁଲୋକଙ୍କ ମୃତ୍ୟୁବରଣ କରିଛନ୍ତି । ଏକ ଉତ୍ସବ ପାଳନ ସମୟରେ ୩୮ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଦଳାଚକଟା ଯୋଗୁଁ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତାହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଇସ୍ରାଏଲରେ ବୋନଫାୟର ପର୍ବ ପାଳନ ସମୟରେ ଏହି ଅଘଟଣ ଘଟିଥିଲା । ଇହୁଦୀ ଦୁନିଆଁର ପବିସ୍ଥ ସ୍ଥଳରେ ହଜାର ହଜାର ଇହୁଦୀ ସ୍ମରଣୋତ୍ସବ ପାଇଁ ଏକତ୍ରିତ ହୋଇଥିଲେ । ଏହି ଅବସରରେ ରାତି ସାରା ପ୍ରାର୍ଥନା ଓ ନୃତ୍ୟର ବନ୍ଦୋବସ୍ତ କରାଯାଇଥିଲା । ଉତ୍ସବ ପାଳନ ସମୟରେ ମାଉଣ୍ଟ ମେରନ ଷ୍ଟାଡିୟମର ସିଟ୍ ଖସି ପଡ଼ିଥିଲା । ଫଳରେ ଉପସ୍ଥିତ ଜନସାଧାରଣ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ତେବେ ଘାୟଲ ଲୋକଙ୍କୁ ଉଦ୍ଧାର କରାଯାଇ ୬ଟି ହେଲିକପ୍ଟ ଯୋଗେ ହସ୍ପିଟାଲ ନିଆଯାଇଥିଲା । କିଛି ଲୋକ ପାହାଚ ଉପରେ ଖସିପଡ଼ିବା କାରଣରୁ ଏହି ହାଦସାର ସୂତ୍ରପାତ ହୋଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.