fbpx

ରାଜ୍ୟରେ ୩୯୩ କରୋନା ଆକ୍ରାନ୍ତ, ୫ ମୃତ

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା, ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ରୁ ଜଣଙ୍କର ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୧୮୦୭କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮ ସଙ୍ଗରୋଧରୁ ଓ ୧୬୫ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୧୮ ହଜାର ୬୮୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏହି ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ।

Get real time updates directly on you device, subscribe now.