fbpx

ଆଜିଠାରୁ ୩ଦିନ ସଟଡାଉନ ରହିବ ରାଜ୍ୟର ଏହି ସହର, ଜାଣନ୍ତୁ କେଉଁ ଜିଲ୍ଲାର ସହର

ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ବିଭିନ୍ନ ଜିଲ୍ଳାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଳାର ବିନିକା ସହରକୁ ଆଜି ସକାଳ ୬ଟାରୁ ୩ଦିନ ତଥା ୭୨ଘଣ୍ଟା ଯାଏଁ ସଟଡାଉନ ରଖିବା ପାଇଁ ଘୋଷଣା କରାଯାଇଥିବା ନେଇ ସୂଚନା ମିଳିଛି । ସଟଡାଉନ ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଆଉ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତିି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ସବୁର୍ଣ୍ଣପୁରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୩୯୯୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସୁବର୍ଣ୍ଣପୁରରୁ ୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.