fbpx

ଆଜିଠୁ ୩ ଦିନ ପାଇଁ ସଟଡ଼ାଉନ ରହିବ ରାଜ୍ୟର ଏହି ଜିଲ୍ଲା

ବରଗଡ଼, ୧/୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସତକର୍ତା ଦୃଷ୍ଟିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସଟ୍‌ଡାଉନ୍‌ ସମୟରେ ଜରୁରୀ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ  ଖୋଲା ରହିବ। ସେହିପରି କୃଷିଜାତ ସାମଗ୍ରୀ ଦୋକାନ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.