fbpx

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର, ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଥିଲା । ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୪୧୯ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୦ ହାଜାର ୪୧୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.