fbpx

ବାଲିଗୁଡାରେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଲିଗୁଡା,୮ ।୬(ଓଡିଶା ଭାସ୍କର): ବାଲିଗୁଡା ଅଞ୍ଚଳରେ ୪ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରାକ୍ଟର ଜବତ କରିଛି ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ମିଳିଥିବା ଗଞ୍ଜେଇର ମୂଲ୍ୟ ହାରାହାରି ୨୦ ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା କରାଯାଇଛି ।

ତେବେ ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୩ଟାରେ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ନିକଟରେ ଏକ ଟ୍ରାକ୍ଟରକୁ ଦେଖିଥିଲା ପୋଲିସ । ଏତେ ରାତିରେ କୁଆଡେ ଯାଉଛି ବୋଲି ସନ୍ଦେହ ହେବାକୁ ଟ୍ରାକ୍ଟରର ଛାନଭିନ୍ ଆରମ୍ଭ ହୋଇଥିଲା । ପରେ ଟ୍ରାକ୍ଟର ଭିତରେ ୪ କୁଇଣ୍ଟାଲ ଠାବ ହେଲା ବୋଲି ଥାନା ନିରିକ୍ଷକ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.