fbpx

ପ୍ରବଳ ବର୍ଷାରେ ଭୁଶୁଡିଲା ୪ ମହଲା ବିଲ୍ଡିଂ: ୧୧ ମୃତ, ୮ ଗୁରୁତର 

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ଆରମ୍ଭ ହେବା ସହିତ ଏକ ବଡ ଅଘଟଣା ଘଟିଯାଇଛି ।  ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ ମଲାଡ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ୪ ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହା ସହିତ ନିକଟରେ ଥିବା ଆଉ ୨ଟି ବିଲ୍ଡିଂ ମଧ୍ୟ ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିସହିତ ଉଦ୍ଧାର କର୍ମଚାରୀଙ୍କ ଦ୍ୱାରା ୧୫ ଜଣଙ୍କୁ ଅଳିଆରୁ ଉଦ୍ଧାର କରାଯାଇଛି । ଏଥିରେ ଶିଶୁ ଏବଂ ମହିଳା ଥିବା ଜଣାପଡିଛି  ।

 

ଘଟଣାର କିଛି ସମୟ ପରେ ଅଗ୍ନିଶମ ବାହିନୀ ଦଳ ଓ ବିଏମସି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଏମସି କହିଛି ଯେ ଦୁର୍ଘଟଣା ପରେ ଆଖପାଖ କୋଠାଗୁଡ଼ିକୁ ତୁରନ୍ତ ଖାଲି କରାଯାଇଛି । ଏହା ସହ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.