fbpx

୧୯୯୩ ବମ୍ବେ ବ୍ଲାଷ୍ଟ ମାମଲାରେ ଗିରଫ ହେଲେ ୪ ୱାଣ୍ଟେଡ: ଗୁଜୁରାଟ ATSର କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ୧୯୯୩ ମସିହାରେ ବମ୍ବେରେ ହୋଇଥିବା ଭୟାନକ ବିସ୍ଫୋରଣକୁ ନେଇ ଆସିଛି ବଡ ଖବର । ଏହି ଘଟଣାରେ ୪ ଜଣ ୱାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୁଜୁରାଟ ଏଟିଏସ । ମାର୍ଚ୍ଚ ୧୨, ୧୯୯୩ର ଏହି ଧମାକାରେ ୨୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୭୦୦ରୁ ଅଧିକ ଆହତ ହୋଇଥିବା ରେକର୍ଡ ରହିଛି । ତେବେ ଏଭଳି ଏକ ଭୟଙ୍କର ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଏବଂ ମେମନ ପରିବାର ବୋଲି କୁହାଯାଉଥିଲା ।

ଗୁଜୁରାଟ ର ସୂଚନା ଅନୁଯାୟୀ, ଏବେ ଦୀର୍ଘ ୯ ବର୍ଷ ପରେ ଏହି ଘଟଣାରେ ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ । ଅବୁ ବକର, ୟୁସୁଫ ଭକଟା, ଶୋଏବ ବାବା ଏବଂ ସୟଦ କ୍ୟୁରେଶୀ ଏହି ଘଟଣାରେ ସାମିଲ ଥିବା ଜାଣି ପୋଲିସ ଏମାନଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନଙ୍କ ବ୍ୟତୀତ ୱାଣ୍ଟେଡ ଆକିଫ ନଚନଙ୍କୁ ମଧ୍ୟ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାର ଯାଞ୍ଚ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଉପରେ ନ୍ୟସ୍ତ ରହିଛି । ତଦନ୍ତ ମଧ୍ୟରେ ମୋଟ ୭ ଜଣ ଅପରାଧୀଙ୍କୁ ଗିରଫ କରିଛି । ନକଲି ପାସପୋର୍ଟ ସନ୍ଦେହରେ ୪ ଜଣଙ୍କୁ ଗିରଫ କରିଥିଲା ଏନଆଇଏ । କିନ୍ତୁ ଅଧିକ ତଦନ୍ତରୁ ଜଣାପଡିଲା ଯେ, ୧୯୯୩ ବମ୍ବେ ବ୍ଲାଷ୍ଟରେ ଏମାନଙ୍କର ସମ୍ପୃକ୍ତି ଥିଲା । ଏ ନେଇ ସୂଚନା ଦେଇଛନ୍ତି ଗୁଜୁରାଟ ଏଟିଏସର ମହାନିର୍ଦ୍ଦେଶକ ଦୀପନ ଭଦ୍ରାନ ।

ଏମାନଙ୍କ ବିରୋଧରେ ୟୁଏପିଏର ଅନେକ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି । ତେବେ କୌଣସି ବଡ ସଂଗଠନ ସହ ଏମାନଙ୍କ ସମ୍ପୃକ୍ତି ନେଇ ଯାଞ୍ଚ କରିବ ଏନଆଇଏ । ଏହା ସହିତ ଦେଶର ଅନ୍ୟ କୌଣସି ସ୍ଥାନରେ ଏପରି ବିସ୍ଫୋରଣ ପାଇଁ ଯୋଜନା ହେଉଛି କି ନାହିଁ, ସେ ନେଇ ମଧ୍ୟ ଖୋଳତାଡ କରିବ ଏଜେନ୍ସି ।

Get real time updates directly on you device, subscribe now.