ପ୍ରେମରେ ପ୍ରତିବନ୍ଧ ସାଜିଲା ବୋଲି କଚାଡ଼ି ମାରିଦେଲା! ପୋଷ୍ଟମଟମ ରିପୋର୍ଟ ଖୋଲିଲା ରାଜ
ପୋଲିସ ଏ ସମ୍ପର୍କରେ ଖବର ପାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ଏହାକୁ ଏକ ସାମାନ୍ୟ ମୃତ୍ୟୁ ଘଟଣା ବୋଲି ସମସ୍ତେ ଭାବିଥିଲେ
ମୁମ୍ବାଇ: ବୀଭତ୍ସ ଓ ବିଚଳିତ କଲା ଭଳି ଦୃଶ୍ୟ । ପ୍ରେମରେ ପ୍ରତିବନ୍ଧକ ସାଜିଲା ବୋଲି ୪ ବର୍ଷର କୁଅଁଳ ଛୁଆକୁ କଚାଡ଼ି ମାରିଦେଲା । ଯିଏ ମାରିଲା, ସିଏ ହେଉଛି ଛୁଆ ମାଆର ପ୍ରେମିକ! ହେଲେ ପ୍ରତିବାଦ କରିବା ବଦଳରେ ମାଆ ସାଜିଲା ନୀରବଦ୍ରଷ୍ଟା । ଏପରି ଘଟଣା ମହାରାଷ୍ଟ୍ରରେ ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।
ମହାରାଷ୍ଟ୍ର କାଶିମୀର ଥାନା ଅଞ୍ଚଳର ଶମ୍ଭୁ ଶର୍ମାଙ୍କ ପାଖରେ ଜଣେ ଅସହାୟ ମହିଳା ନିଜର ୪ ବର୍ଷର ଛୁଅ ସହ ରହୁଥିଲେ । ଏକାଠୀ ରହିବା ଭିତରେ ଶମ୍ଭୁ ମହିଳାଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଅଭିଯୋଗ ହେଉଛି ମହିଳା ଜଣକ ମଧ୍ୟ ଶମ୍ଭୁଙ୍କୁ ଭଲ ପାଉଥିଲେ । ହେଲେ ଏଥିରେ ୪ ବର୍ଷର ଶିଶୁ ପ୍ରତିବନ୍ଧକ ସାଜୁଥିଲା! ତେଣୁ ଶମ୍ଭୁ ୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହେଉଛି ।
ପୋଲିସ ଏ ସମ୍ପର୍କରେ ଖବର ପାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ଏହାକୁ ଏକ ସାମାନ୍ୟ ମୃତ୍ୟୁ ଘଟଣା ବୋଲି ସମସ୍ତେ ଭାବିଥିଲେ । ହେଲେ ଶବବ୍ୟବଚ୍ଛେଦ ରିପୋର୍ଟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଦେଲା । ଛୁଆର ମୃତ୍ୟୁ ସାମାନ୍ୟ ନୁହେଁ, ତାକୁ ପିଟିପିଟି ହତ୍ୟା କରାଯାଇଥିଲା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା । ଏହା ପରେ ତତ୍ପର ହୋଇଥିଲା ପୋଲିସ ।
ମଙ୍ଗଳବାର ଅଭିଯୁକ୍ତ ଶମ୍ଭୁକୁ ଗିରଫ କରିଥିଲା । ଜେରା ବେଳେ ଶମ୍ଭୁ ହତ୍ୟା କରିଥିବା ସ୍ୱୀକାର କରିଛି । ହେଲେ କଣ ପାଇଁ ହତ୍ୟା କରିଛି ଜଣାପଡ଼ି ନାହିଁ । ଅନ୍ୟପକ୍ଷରେ ଛୁଆର ମାଆ ଏ ସମ୍ପର୍କରେ ଜାଣିଛି କି ନାହିଁ ସେ ସମ୍ପର୍କରେ ପୋଲିସ ଖୋଳତାଡ କରୁଛି ।
