fbpx

ଲ୍ୟାଣ୍ଡ ସ୍ଲାଇଡିଙ୍ଗ ପରେ ଏବେ ବି ୪୦ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମଣିପୁର: ମଣିପୁରରେ ଚିନ୍ତା ବଢାଉଛି ଭୂସ୍କଳନ ଜନିତ ନିଖୋଜ ସଂଖ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ନିଖୋଜ ନେଇ ସୂଚନା ମିଳିଛି । ତେବେ ମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ତେବେ ଏଥି ମଧ୍ୟରେ ୬ ଜଣଙ୍କ ଶବ ଜବତ କରାଯାଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ରାତିରେ ମଣିପୁରରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୪୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ଜଣାପଡିଥିଲା । ମଣିପୁରର ନୋନୀ ଜିଲ୍ଲାର ତୁପୁଲ ଲେୱେ ଷ୍ଟେସନରେ ଏଭଳି ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଭାରତୀୟ ଯବାନ ମଧ୍ୟ ଫସି ରହିଥିବା ଜଣାଯାଇଛି । ନିର୍ମାଣଧୀନ ଜିରିବାମ-ଇମ୍ଫାଲ ରେଲୱେ ଲାଇନର ସୁରକ୍ଷା ପାଇଁ ନିୟୋଜିତ ୧୦୭ ଟେରିଟୋରିୟାଲ ଆର୍ମିର ଏକ କମ୍ପାନୀ ମଧ୍ୟ ଏହା ମଧ୍ୟରେ ଫସି ରହିଛି ।

ତେବେ ଏହାମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । ଏ ପର୍ଯ୍ୟନ୍ତ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ତେବେ ରେଲୱେ ଏବଂ ଆସାମ ରାଇଫଲ୍ସ ଉଦ୍ଧାର କରିଛି । ସେପଟେ ଏ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳହାତରେ ୬ ଜଣ ବ୍ୟକ୍ତିଙ୍କ ଶବ ଜବତ ହୋଇଛି ।

Get real time updates directly on you device, subscribe now.