fbpx

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ

ଦେଶରେ କରୋନାର ତୃତୀୟ ଲହର ଦେଖିବାକୁ ମିଳିଛି । କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ ଜାରି ରହିଛି କରୋନା ପ୍ରକୋପ । ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୦,୮୦୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୪୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଉ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୨,୯୩,୩୦୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟର ସମୁଦାୟ ୨୭୫୯ ମାମଲା ଦେଖିବାକୁ ମିଳିଛି ।

ସେହିଭଳି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୩୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଯାହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୮୯,୮୪୪ ହୋଇଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୬୭,୯୩,୦୮୭ ରେ ପହଞ୍ଚିଛି ।

 

Get real time updates directly on you device, subscribe now.