fbpx

NCL ପକ୍ଷରୁ ବାହାରିଲା ୪୦୫ଟି ପଦବୀ, ଡିସେମ୍ବର ୧ରୁ ଆବେଦନ ଆରମ୍ଭ

ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ନର୍ଦନ କୋଲ ଫିଲ୍ଡସ ଲିମିଟେଡ (ଏନସିଏଲ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ମୋଟ ୪୦୫ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମାଇନିଂ ସିର୍ଦାର ଗ୍ରେଡ-ସି ଓ ସର୍ଭେୟର ଗ୍ରେଡ-ଡି ପଦବୀରେ ନିଯୁକ୍ତି ଦିଆଯିବ । ଏଥିରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଡିସେମ୍ବର ମାସ ୧ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖରେ ସମାପ୍ତ ହେବ । ୟୁଆର / ଓବିସି (ନନ୍ କ୍ରିମି ଲେୟର) / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ଜିଏସଟି ସହିତ ୧୧୮୦ ଟଙ୍କା ପଇଠ କରିବେ । ଏସସି / ଏସଟି / ପିଡବ୍ଲ୍ୟୁଡି / ଇଏସଏମ / ବିଭାଗୀୟ ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ମାଇନିଂ ସିର୍ଦାର ଗ୍ରେଡ-ସି ପାଇଁ ୩୭୪ଟି ପଦବୀ ରହିଥିବା ବେଳେ ସର୍ଭେୟର ଗ୍ରେଡ-ଡି ପାଇଁ ୩୧ଟି ପଦବୀ ରହିଛି ।

ଅନାଇନ ଆବେଦନ ଲିଙ୍କ: Available on 01.12.2022

ଅଫିସିଆଲ ୱେବସାଇଟ୍ ଲିଙ୍କ: http://nclcil.in/

Get real time updates directly on you device, subscribe now.