fbpx

SECL ତରଫରୁ ବାହାରିଲା ୪୦୫ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦକ୍ଷିଣ-ପୂର୍ବ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ୪୦୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମାଇନିଂ ସିରଦାର ଓ ଡେପୁଟି ସର୍ଭେୟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତ, ବୟସ ଯୋଗ୍ୟତା, ଦରମା, ଅନଲାଇନ୍ ଆବେଦନ ବିଷୟରେ ସବିଶେଷ ତଥ୍ୟ ପାଇ ପାରିବେ ।

ଫେବୃଆରୀ ମାସ ୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବ । ହାର୍ଡ କପି ସବମିସନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ମାସ ୭ ତାରିଖ । ୨୦୨୩ ମସିହା ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ୧୦ମ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: http://117.236.159.99:8079/srd23/

ନୋଟିଫିକେସନ ଲିଙ୍କ: http://www.secl-cil.in/writereaddata/Notice%20477%20Mining%20Sardar%20&%20Dy.%20Surveyor.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://secl-cil.in/

Get real time updates directly on you device, subscribe now.