ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଗିରଫ BJD ନେତା ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଘିବେ 44 ଓକିଲ

ଏ ହେଉଛି ରାଜନୀତି ! ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ BJD ନେତା ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଘିବେ 44 ଓକିଲ ।

ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ BJD ନେତା ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଘିବେ 44 ଓକିଲ । କୋର୍ଟରେ ୱକାଲାତନାମା ଦାଖଲ କଲେ 44 ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢିବେ ଓକିଲ । ଆଜି କୋର୍ଟରେ ଜାମିନ ପାଇଁ କରାଯିବ ଆବେଦନ ।

ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ଉନ୍ମୋଚନ ପରେ ଓଡ଼ିଶା ରାଜନୀତିରେ ବଢ଼ୁଥିବା କଳୁଷିତ ଏ ଅଧ୍ୟାୟ ରାଜନେତାଙ୍କ ନିଦ ହଜାଇଦେଇଛି । ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ହଟାଇବାକୁ ବିହାର, ୟୁପି ଭଳି ଓଡ଼ିଶା ନେତା ମଧ୍ୟ ସୁପାରିକିଲରଙ୍କ ସହାୟତା ନେଲେଣି ଏକଥା  ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ସ୍ପଷ୍ଟ ।

ଫିଲ୍ମର କାହାଣୀ ଭଳି ଲାଗୁଥିଲେ  ହେଁ ଲକ୍ଷଲକ୍ଷ ଟଙ୍କାର ସୁପାରି ଦେଇ ବାଟରୁ ହଟାଇବାକୁ ବିକ୍ରମ ଯେଭଳି ଷଡ୍‌ଯନ୍ତ୍ର କଲେ, ତାହା ଅନ୍ୟ ନେତାଙ୍କ ମୁଣ୍ଡକୁ ଗୋଳମାଳ କରିଦେଲାଣି । ଓଡ଼ିଶା ରାଜନୀତିର ଏହି ଅଲୋଡା ଟ୍ରେଣ୍ଡକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ହତବାକ୍ ।