fbpx

ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ପୁଣି ୫ ଜଣଙ୍କ ଜୀବନଦୀପ ଲିଭିଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୫ରେ ପହଞ୍ଚିଛି । ରାଜ୍ୟରେ ଆଉ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧରୁ ୨୩୪ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାଦ୍ୱାରା ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୦୩କୁ ବୃଦ୍ଧି ପାଇଛି । ଏଯାବତ୍ ୩ ଲକ୍ଷ ୧୪ ହଜାର ୬୬୫ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୩୨୦ ଜଣ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.