fbpx

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ୫ ମହିଳା, ଜାଣନ୍ତୁ କାହାକୁ ମିଳିଲା କ୍ୟାବିନେଟ୍, କିଏ ପାଇଲେ ରାଷ୍ଟ୍ରମନ୍ତ୍ରୀ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିଛନ୍ତି। ଆଜି କନଭେସନ ହଲରେ ନବୀନଙ୍କ ନୂଆ ଟିମ୍ ର ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍।

1. ସବୁବେଳେ ମହିଳାଙ୍କ ଶସକ୍ତକରଣ କଥା କହୁଥିବା ନବୀନଙ୍କ ଏହି ୨୧ ଜଣିଆ ନୂଆ ଟିମ୍ ରେ ୫ ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦଳର ବରିଷ୍ଠ ନେତା ବିଂଝାରପୁର ବିଧାୟିକା ପ୍ରମିଳା ମଲିକଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି। ପୁର୍ବରୁ ସେ ଚଳିତ ସରକାରରେ ଦଳର ମୁଖ୍ୟ ସଚେତକ ଥିଲେ।

2. ଗଞ୍ଜାମର ଚିକିଟ ବିଧାୟିକା ଉଷା ଦେବୀ ପୁଣି ମନ୍ତ୍ରୀ ମଣ୍ଡଳକୁ ଫେରିଛନ୍ତି। ସେ ପୁର୍ବରୁ ୩ଥର ମନ୍ତ୍ରୀ ଥିଲେ, ଏବେ ତାଙ୍କୁ ପୁଣି ସୁଯୋଗ ମିଳିଛି।

3. ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କୁ ମଧ୍ୟ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ସେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପୁର୍ବରୁ ସେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ।

4. ରାଜ୍ୟର ଚର୍ଚ୍ଚିତ ବିଧାନସଭା ମଧ୍ୟରୁ ବିଜେପୁର ଅନ୍ୟତମ। ଏଠାକାର ବିଧାୟିକା ରିତା ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ସୁଯୋଗ ମିଳିଛି। ସେ ଦ୍ୱିତିୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।

5. ସେହିପରି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.