fbpx

ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ

ଭୁବନେଶ୍ୱର: ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ କରିନେଲେ ୫ ଦୁର୍ବୁତ୍ତ । ଭୁବନେଶ୍ୱର ଡେଲଟା ଛକରେ କାରରେ ଯୁବକଙ୍କୁ ଉଠାଇନେଲେ ଦୁର୍ବୁତ୍ତ ।

ଘଟଣା ଅନୁଯାୟୀ, ଅପହୃତ ଯୁବକ ଅନ୍ୟ ଜଣଙ୍କ ସହ ବାଇକରେ ଆସୁଥିଲେ । ଡେଲଟା ଛକରେ ବାଇକ ଅଟକାଇ ଯୁବକଙ୍କୁ ଉଠାଇ ନେଇଥିଲେ ଦୁର୍ବୁତ୍ତ । ସ୍ଥାନୀୟ ଲୋକ ବିରୋଧ କରିଥିଲେ ବି ସେମାନଙ୍କୁ କାର୍ ଚଢ଼ାଇବାକୁ ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ତେବେ ଅପହରଣକାରୀ କିଏ ଏବଂ କାହାକୁ ଅପହରଣ କରି ନିଆଯାଇଛି ସେ ବିଷୟରେ ସ୍ୱଷ୍ଟ ହୋଇନି । ତେବେ ଘଟଣାର ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ ନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ।

Get real time updates directly on you device, subscribe now.