fbpx

ଅବସର ପରେ ଭଲ ଜୀବନ ଚାହୁଁଛନ୍ତି କି? ତେବେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

ଅବସର ଯୋଜନାର ଅର୍ଥ ହେଉଛି ଯେ, ଆପଣ କିପରି ନିଜ ଟଙ୍କାକୁ ପରିଚାଳନା କରିବେ ଯାହାଫଳରେ ଆଗାମୀ ଦିନରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ । ସମସ୍ତଙ୍କ ଜୀବନରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅବସର ପରେ ସମସ୍ତେ ସୁଖ ଜୀବନଯାପନ କରିବାକୁ ଭାବିଥାନ୍ତି । ଯଦି ଆପଣ ବି ଅବସର ସମୟରେ ସୁଖ ଜୀବନ ଯାପନ କରିବାକୁ ଚାହାଁନ୍ତି, ତେବେ ଏହି ୫ଟି ଭୁଲରୁ ଦୂରେଇ ଯାଆନ୍ତୁ….

-ବିଳମ୍ବରରେ ଅବସର ଯୋଜନା
ଯଦି ଅବସର ଯୋଜନା ବିଳମ୍ବରରେ ଆରମ୍ଭ ହୁଏ, ତେବେ ବଡ଼ ଅବସରପ୍ରାପ୍ତ ଫଣ୍ଡ ସୃଷ୍ଟି କରିବାର ସମ୍ଭାବନା କମ୍ ହୋଇଥାଏ । ଯଦି ଆପଣ ଅବସର ଯୋଜନା ଖୁବଶୀଘ୍ର ଆରମ୍ଭ କରିଦେବେ, ତେବେ ଆପଣଙ୍କର ନିବେଶ ବଢ଼ିବା ସହିତ ଫଣ୍ଡ ଜମା କରିବାକୁ ଅଧିକ ସମୟ ପାଇବେ । ଆପଣଙ୍କ ପାଖରେ ନିବେଶ କରିବାକୁ ଯେତେ ଅଧିକ ସମୟ ରହିବ, କମ୍ ଅବଦାନରେ ଆପଣ ବଡ଼ ଫଣ୍ଡ ପାଇପାରିବେ । ସେଥିପାଇଁ ଟଙ୍କା ରୋଜଗାର କରିବା ଦିନଠାରୁ ସଞ୍ଚୟ ଓ ନିବେଶ କରିବା ଆରମ୍ଭ କରନ୍ତୁ, କାରଣ ଏହି ସମୟକୁ ଆଦର୍ଶ ସମୟ କୁହାଯାଏ ।

-ମୁଦ୍ରାସ୍ଫୀତି ହାରକୁ ଅଣଦେଖା କରିବା
ଅବସର ଫଣ୍ଡ ଯୋଜନା କରୁଥିବା ସମୟରେ ମୁଦ୍ରାସ୍ଫୀତି ହାର, ନିବେଶ ଶୁଳ୍କ ଓ ଟ୍ୟାକ୍ସର ନୋମିନାଲ ରିଟର୍ଣ୍ଣ ପରେ ନିବେଶ ଉପରେ ମିଳୁଥିବା ରିଟର୍ଣ୍ଣ ଉପରେ ଧ୍ୟାନ ଦିଅନ୍ତୁ । ରିଟର୍ଣ୍ଣର ନୋମିନାଲ ରିଟର୍ଣ୍ଣ ଯେତେ ଅଧିକ ହେବ, ସେତେ ଲମ୍ବା ଅବଧିରେ ଟଙ୍କା ବଢ଼ିବାର ସମ୍ଭାବନା ଅଧିକ ରହିବ । ଯଦି ନିବେଶ ଉପରେ ମିଳିବାକୁ ଥିବା ରିଟର୍ଣ୍ଣର ତୁଳନା ମୁଦ୍ରାସ୍ଫୀତି ହାରଠାରୁ ଅଧିକ, ଏହାର ଅର୍ଥ ଆପଣଙ୍କୁ ଅଧିକ ଟଙ୍କା ସଞ୍ଚୟ କରିବାକୁ ପଡିବ ।

-ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ବୀମା କଭର
ବୟସ ବଢ଼ିବା ସହି ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧିହେବାର ସମ୍ଭାବନା ରହିଛି । ଯାହା ସହିତ ଖର୍ଚ୍ଚର ପରିମାଣ ବି ବଢ଼ିଥାଏ । ଯଦି ଆପଣଙ୍କ ସହିତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଯୋଜନା ନାହିଁ ବା ଚିକିତ୍ସା ପାଇଁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ, ତାହାଲେ ଛୋଟ ରୋଗ ବି ଆପଣଙ୍କ ଅବସର ପ୍ଲାନିଙ୍ଗକୁ ଖରାପ କରିପାରେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଦ୍ରାସ୍ଫୀତି ଅଧିକ, ଏଥିପାଇଁ ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଆପଣଙ୍କର ହେଲଥ କଭର ‘ସ୍ୱାସ୍ଥ୍ୟ କ୍ଷେତ୍ରର ବର୍ତ୍ତମାନର ମୁଦ୍ରାସ୍ଫୀତି ହାର’ ସହିତ ମେଳ ଖାଉଛି କି ନାହିଁ, ଯାହା ଦ୍ୱାରା ଆପଣ ଭବିଷ୍ୟତରେ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ ନାହିଁ ।

-ନିବେଶ ଉତ୍ପାଦର ଭୁଲ ଚୟନ
କିଛି ଲୋକ କ୍ରମାଗତ ଓ ପର୍ଯ୍ୟାପ୍ତ ଭାବରେ ନିବେଶ କରନ୍ତି, ତଥାପି ସେମାନେ ଅବସର ପାଇଁ ପର୍ଯ୍ୟାପ୍ତ ଟଙ୍କା ସଞ୍ଚୟ ରହିପାରନ୍ତି ନାହିଁ । ଭୁଲ ଆର୍ôଥକ ନିବେଶ ଯୋଗୁଁ ଆପଣ ଅବସର ଯୋଜନାର ଉଦ୍ଦେଶ୍ୟକୁ ପୂରଣ କରିପାରନ୍ତି ନାହିଁ । ଅବସର ପାଇଁ ଫଣ୍ଡ ରଖିବା ପାଇଁ ତୁମର ବୟସ, ଆୟ ଓ ନିବେଶ ରାଶି ଅନୁଯାୟୀ ସଠିକ୍ ନିବେଶ ଉପକରଣ ବାଛିବା ଉଚିତ୍ ।

-ଅବସର ପାଣ୍ଠିରୁ ଟଙ୍କା ବାହର କରିବା
ଅବସର ପାଣ୍ଠି କରିବା ସମୟରେ ଆର୍ôଥକ ଅନୁଶାସନର ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ନିବେଶ କ୍ଷମତା ଓ ଅବସର ଲକ୍ଷ୍ୟକୁ ଧ୍ୟାନରେ ରଖି ଧନ ଲଗାଇବାର ଯୋଜନା କରନ୍ତୁ ଓ କେବଳ ରହିଯାଇଥିବା ଧନକୁ ହିଁ ଖର୍ଚ୍ଚ କରନ୍ତି । ଏହି ଫଣ୍ଡରୁ ଟଙ୍କା ବାହାର କରିବାର ଭୁଲ କରନ୍ତୁ ନାହିଁ, କାରଣ ଏହାକୁ ପୂରଣ କରିବାକୁ ବହୁତ ସମୟ ଓ ପୁଞ୍ଜିର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.