fbpx

ନିର୍ବାଚନକୁ ନା’ କହିଲେ ୫ ପଞ୍ଚାୟତବାସୀ: ଶେଷ ଦିନରେ ବି ଭରିଲେନି ନାମାଙ୍କନ

ଦେବଗଡ଼: ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ୫ ପଞ୍ଚାୟତବାସୀଙ୍କ ନିଷ୍ପତ୍ତି । ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ । ଗଣ୍ଡମ, ଡିମିରିକୁଦା, ପାରପୋଷି, ଝରାଗଗୁଆ ଓ ଝାରମୁଣ୍ଡା ପଞ୍ଚାୟତ । ଦାବି ପରେ ବି ମୋବାଇଲ ଟାୱାର ନବସିବାରୁ ନାମାଙ୍କନ ଭରିଲେନି କୌଣସି ପ୍ରାର୍ଥୀ ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Get real time updates directly on you device, subscribe now.