fbpx

୫ ଟଙ୍କା ଥିଲା ପ୍ରଥମ ରୋଜଗାର, କିପରିି ହେଲେ ଦେଶର ସବୁଠୁ ଧନୀ ଓକିଲ

ଭୁବନେଶ୍ୱର : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପିତା ମୋତିଲାଲ ନେହରୁଙ୍କ ୬ ଫେବୃଆରୀ ଅର୍ଥାତ୍ ଆଜି ହେଉଛି ୯୨ ତମ ପୂର୍ଣ୍ଣ ତିଥି । ନେହରୁ ପରିବାର ବିଷୟରେ ଚର୍ଚ୍ଚା ହେଲେ ସର୍ବପ୍ରଥମେ ମୋତିଲାଲ ନେହରୁଙ୍କ କଥା ମନକୁ ଆସେ । ଅନେକ ସମୟରେ ତାଙ୍କ ଓକିଲାତିକୁ ଚର୍ଚ୍ଚା ହୁଏ ।

ପଣ୍ଡିତ ମୋତିଲାଲ ନେହରୁଙ୍କ ଜନ୍ମ ୧୮୬୧ ମେ ୬ ତାରିଖରେ ଉତ୍ତରପ୍ରଦେଶର ଏକ କାଶ୍ମିର ବ୍ରାହ୍ମଣ ପରିବାର ହୋଇଥିଲା । ପିଲା ଦିନ ପିତାମାତାଙ୍କୁ ହରାଇବା ପରେ ଭାଇ ନନ୍ଦଲାଲ ହିଁ ତାଙ୍କ ପରିବାର ଥିଲେ । ସେ ଆଗ୍ରା ହାଇକୋର୍ଟରେ ଓକିଲ ଥିଲେ । ମୋତିଲାଲ ସରକାରୀ ହାଇସ୍କୁଲରେ ପଢୁଥିଲେ । ଯେଉଁଠାରେ ସେ ଆରବୀ, ଫାର୍ସୀ, ଇଂରେଜ ଭାଷାରେ ଶିକ୍ଷାଲାଭ କରିଥିଲେ । ସେ ମୁଇର ସେଣ୍ଟ୍ରାଲ କଲେଜ ଇଲାହାବାଦ (ଆଜିର ପ୍ରୟାଗରାଜ) ରେ ଆଇନ ଶିକ୍ଷାରେ ଡିଗ୍ରୀ ହାସଲ କରିଥିଲେ ।

ଧୀରେ ଧୀରେ ସେ ନିଜର ଓକିଲାତି କ୍ୟାରିୟରେ ଆଗକୁ ବଢିଲେ । ବ୍ରିଟିଶ ଶାସନ ସମୟରେ ଭାରତୀୟ ଓକିଲଙ୍କୁ ସେତେଟା ଗୁରୁତ୍ୱ ଦିଆଯାଉନଥିଲା । କିନ୍ତୁ ମୋତିଲାଲଙ୍କ ଓକିଲାତିକୁ ନେଇ ସେତେବେଳର ବ୍ରିଟିଶ ଜଜ୍ ଅଧିକ ପ୍ରଭାବିତ ଥିଲା ।

ଭାରତର ପୂର୍ବତନ ବିଚାରପତି ପି.ସଦାଶିବମ୍ ମୋତିଲାଲଙ୍କ ବିଷୟରେ ଇଣ୍ଡିଆନ୍ ଲ ଇନ୍‌ଷ୍ଟିଚ୍ୟୁଟର ଏକ ଜର୍ନଲରେ ଲେଖିଛନ୍ତି ଯେ, ସେ ହେଉଛନ୍ତି ଅସାଧରଣ । ଯେଉଁଠାରେ ଭାରତୀୟ ଓକିଲଙ୍କୁ ମୋକଦ୍ଦମା ଲଢିବାକୁ ସୁଯୋଗ ନ ଥିଲା, ସେଭଳି ସ୍ଥାନରେ ମୋତିଲାଲଙ୍କୁ ଆଗ ଧାଡିର ଓକିଲ ଭାବରେ ମର୍ଯ୍ୟାଦା ମିଳୁଥିଲା । ସେ ଲେଖିଛନ୍ତି, ମୋତିଲାଲ ନେହରୁଙ୍କୁ ହାଇକୋର୍ଟରେ ପ୍ରଥମ ମୋକଦ୍ଦମା ଲଢିବା ପାଇଁ ୫ଟଙ୍କା ମିଳିଥିଲା । ଏହା ପରଠୁ ସେ ପଛକୁ ଫେରିନାହାଁନ୍ତି, ଆଗକୁ ଅଗ ସଫଳତାର ସିଡି ଚଢିଥିଲେ । ପରବର୍ତ୍ତୀ ସମୟରେ ସେ ଗୋଟିଏ ମୋକଦ୍ଦମା ଲଢିବା ପାଇଁ ହଜାର ହଜାର ଟଙ୍କା ନେଉଥିଲେ । ଯାହା ସେତେବେଳର ମୋଟା ଅଙ୍କର ଟଙ୍କା ଥିଲା । ୧୮୯୪ ମସିହାରେ ଏକ ମୋକଦ୍ଦମା ଲଡିବା ପାଇଁ ୧ ଲକ୍ଷ ୫୨ ହଜାର ଟଙ୍କା ନେଇଥିଲେ ।

Get real time updates directly on you device, subscribe now.