fbpx

5T ସଚିବ ବୁଲି ଦେଖିଲେ ସ୍ମାର୍ଟ କ୍ଲାସ୍, ହିଞ୍ଜିଳି ଗସ୍ତରେ ପାଣ୍ଡିଆନ୍

ହିଞ୍ଜିଳିକାଟୁ(ଓଡ଼ିଶା ଭାସ୍କର): ମଙ୍ଗଳବାର ଅପରାହ୍ଣରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ଦିନିକିଆ ଗସ୍ତରେ ଆସି ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମର ସ୍ମାର୍ଟ କ୍ଲାସ ବୁଲି ଦେଖିଛନ୍ତି । ହିଞ୍ଜିିଳିକାଟୁ ପୌରପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ ୫ଟି ସଚିବ । ସ୍ମାର୍ଟ କ୍ଲାସ ଓ ଲାଇବ୍ରେରୀ କ୍ଲାସ ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ହିଞ୍ଜିଳିର ସମସ୍ତ ସ୍କୁଲର ଅଧୁନିକୀକରଣକୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ହିଞ୍ଜିଳିକାଟୁ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ମନୋରଞ୍ଜନ ମିଶ୍ର, ବିଡିଓ ସୁବ୍ରତ ଜେନା, ତହସିଲଦାର ପ୍ରଭାତ ପରିଡ଼ା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ବହୁତ ରାଜନେତା ଉପସ୍ଥିତ ଥିଲେ ।

5T Sec

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକନ୍ ଇଂରାଜୀ ବିଷୟ ସାମିଲ କରାଯିବା ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଲାଗି ଉଦ୍ୟମ ଚାଲିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିବା ବେଳେ ବ୍ଳକର ଅବଶିଷ୍ଟ ୨୩ଟି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.