fbpx

ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହେଲା ୫ମ କିଡନୀ; ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରାକୃତିକ ଭାବରେ ଦୁଇଟି କିଡନୀ ରହିଥାଏ । ତେବେ ଚିକିତ୍ସା ବିଜ୍ଞାନରେ ଚମକ୍ରାର ସହିତ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଜଣେ ବ୍ୟକ୍ତିଙ୍କ ଶରୀରରେ ମହଜୁଦ ରହିଛି ୫ଟି କିଡନୀ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା କୌଣସି ଚମକ୍ରାରରୁ କମ୍ ନୁହେଁ । ଏଭଳି ଘଟଣା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଭାରତୀୟ ସହର ଚେନ୍ନାଇରେ ଘଟିଛି । ଜଣେ ବ୍ୟକ୍ତିଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ ପରେ ବର୍ତ୍ତମାନ ୫ଟି କିଡନୀ ରହିଛି ।

ଚେନ୍ନାଇର ମାଡ୍ରାସ ମେଡିକାଲ ମିଶନରୁ ନିଜର ଟ୍ରାନ୍ସପ୍ଲାଣ୍ଟ କରାଇ ବାହାରିଥିଲେ ୪୧ ବର୍ଷୀୟ ଯୁବକ । ମେଡିକାଲରୁ ବାହାରିବା ସମୟରେ ତାଙ୍କ ଶରୀରରେ ୫ଟି କିଡନୀ ରହିଥିବା ଜଣାପଡିଥିଲା । ଏହି ବ୍ୟକ୍ତି ଜଣଙ୍କ ଶରୀରରେ ପ୍ରଥମ ଥର ପାଇଁ କିଡନୀ ଟ୍ରାନ୍ସପ୍ଲାଣ୍ଟ ୧୪ ବର୍ଷ ବୟସରେ କରାଯାଇଥିଲା । ପ୍ରଥମ କିଡନୀ ଟ୍ରାନ୍ସପ୍ଲାଣ୍ଟ ୧୯୯୪ରେ କରାଯାଇଥିବା ବେଳେ ୨୦୦୫ରେ ଦ୍ୱିତୀୟ କିଡନୀ ପ୍ରତିରୋପଣ କରାଯାଇଥିଲା । ୨୦୧୭ ଯାଏଁ କିଡନୀ ସଠିକ ଭାବରେ କାମ କରୁଥିବା ବେଳେ ପରବର୍ତ୍ତୀ ୪ ବର୍ଷ ଯାଏଁ ସପ୍ତାହକୁ ୩ ଦିନ ଡାୟାଲିସିସ କରିବାକୁ ପଡୁଥିଲା ।

ଏହି ବ୍ୟକ୍ତିଙ୍କ ଉଚ୍ଚ ରକ୍ତଚାପ କାରଣରୁ ପ୍ରଥମ ଦୁଇ ପ୍ରତିରୋପଣ ବିଫଳ ହୋଇଥିବା ବେଳେ ଦୁଇ ଥର ବାଇପାସ ସର୍ଜରୀ ମଧ୍ୟ କରାଯାଇଥିଲା । ୪ଟି କିଡନୀ ଶରୀରାରେ ରହିଥିବାରୁ ୫ମ କିଡନୀ ଲଗାଇବା ପାଇଁ ଯାଗା ନଥିଲା । ୧୦ ଜୁଲାଇରେ ତୃତୀୟ ପ୍ରତିରୋପଣ ସହିତ ଶରୀରର କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର ମଝିରେ କିଡନୀକୁ ଫିଟ କରିଛନ୍ତି ଡାକ୍ତର । ତେବେ ଏହି ନୂତନ କିଡନୀଟି କିଭଳି କାମ କରୁଛି ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି କିଭଳି ରହୁଛି ତାହା ପରୀକ୍ଷା ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.