fbpx

ବିଶ୍ୱର ପ୍ରସିଦ୍ଧ ୫ଟି ଚକୋଲେଟ୍ ମ୍ୟୁଜିୟମ୍; ଜାଣନ୍ତୁ ଏହା କେଉଁଠାରେ ରହିଛି ..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱରେ ଅନେକ ମ୍ୟୁଜିମ୍ ଅଛି । ଏହାର ନାମ ଆସିବା ମାତ୍ରେ ଲୋକମାନେ ବହୁ ପୁରୁଣା ଫଟୋ ଓ ପେଣ୍ଟିଙ୍ଗ୍ ସହ ଅନ୍ୟାନ୍ୟ ଜିନିଷ ଭାବି ଦିଅନ୍ତି । ଏନେଇ ଲୋକମାନେ ମ୍ୟୁଜିମ୍ ଯିବା ପାଇଁ ବହୁତ ଆଗ୍ରହ ରଖିଥାଆନ୍ତି ।
କିନ୍ତୁ ଯଦି ଆପଣ ଚକୋଲେଟ୍ରେ ପ୍ରସ୍ତୁତ ମ୍ୟୁଜିୟମ୍ ଅଛି କୁହାଯାଏ .. ତେବେ ଆପଣ କଣ ଭାବିବେ । ଏହା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଚକୋଲେଟ୍ ସମସ୍ତେ ଖାଆନ୍ତି ଜାଣିଛୁ କିନ୍ତୁ ଚକୋଲେଟ୍ ମ୍ୟୁଜିୟମ… ଏହା ଟିକେ ଅଡୁଆ ଲାଗୁଛି । କିନ୍ତୁ ସତରେ ସାରା ବିଶ୍ୱରେ ଏପରି ଅନେକ ପ୍ରକାରର ମ୍ୟୁଜିୟମ୍ ଅଛି କିନ୍ତୁ ଏହା ସ୍ୱତନ୍ତ୍ର ଚକୋଲେଟ୍ରେ ନିର୍ମିତ । ତେବେ ଚକୋଲେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ସର୍ବୋତ୍ତମ ମ୍ୟୁଜିୟମ୍ । ଏଠାରେ ଆପଣ ବିଭିନ୍ନ ସ୍ୱାଦର ଚକୋଲେଟ୍ ଖାଇ ଉପଭୋଗ କରିବେ । ତେବେ ଚାଲନ୍ତୁ ଜାଣିବା ବିଶ୍ୱର ୫ଟି ପ୍ରସିଦ୍ଧ ଚକୋଲେଟ୍ ମ୍ୟୁଜିୟ ବିଷୟରେ…

• ଲିଣ୍ଟ ହୋମ ଅଫ୍ ଛକୋଲେଟ୍ :

ଏହି ଲିଣ୍ଟ ହୋମ ଅଫ୍ ଚକୋଲେଟ୍ ମ୍ୟୁଜିୟମ୍ଟି ସ୍ୱିଜରଲ୍ୟାଣ୍ଡରେ ନିର୍ମିତ । ଏହାର ପ୍ରାୟତଃ ୬୫ ହଜାର ବର୍ଗଫୁଟରେ ତିଆରି ହୋଇଛି । ଏହାରି ଭିତରେ ପ୍ରାୟ ୩୦ ଫୁଟ ଉଚ୍ଚର ଚକୋଲେଟ୍ର ଝରଣା ରହିଛି । ଯାହା ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ । ଏଠାରେ ସବୁକିଛି ଚକୋଲେଟ୍ରେ ତିଆରି । ଏହା ଦୁନିଆର ସବୁଠାରୁ ବଡ ଚକୋଲେଟ୍ ମ୍ୟୁଜିୟମ୍ ଭାବେ ପରିଗଣିତ ଅଟେ ।

• କୋଲନ୍ ଚକୋଲେଟ୍ ମ୍ୟୁଜିୟମ୍ :

ଏହି ମ୍ୟୁଜିୟମ୍ଟି ଜର୍ମାନୀର ରାଇନ୍ ନଦୀ ଉପର ଚକୋଲେଟ୍ ମ୍ୟୁଜିୟମ୍ ନିର୍ମିତ । ଏଠାରେ ଆପଣ ଚକୋଲେଟ୍ ଇତିହାସ ସହିତ ଜଡିତ ତିନି ମହଲା ବିଶିଷ୍ଟ ଅଟ୍ଟାଳିକା ବୁଲି ପାରିବେ । ଏଥି ସହିତ ନିର୍ମିତ ଚକୋଲେଟ୍ ଫାଉଣ୍ଟେନ୍ ରହିଛି । ଯାହାକି ଲୋକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

• ମ୍ୟୁଜୁ ଡେ ଲା ଜୋକେଲାଟା :

ଏହି ମ୍ୟୁଜିୟମ୍ଟି ସ୍ପେନ୍ର ନିର୍ମିତ । ଆପଣ ଏଠାରେ ଚକୋଲେଟ ନିର୍ମିତ ମୂର୍ତ୍ତି ଦେଖିବାକୁ ପାଇବେ । ଏହି ଷ୍ଟାଚ୍ୟୁରେ ଏତେ ନିଖୁଣ ଭାବେ ନିର୍ମିତ କରାଯାଇଛି ଯେ ଆପଣ ଭୁଲିଯିବେଯେ ଏହା ପ୍ରକୃତ ଚକୋଲେଟରେ ନିର୍ମିତ ହୋଇଛି ।

• ଚୋକୋ ଷ୍ଟାର ଚକୋଲେଟ୍ :

ବେଲଜିୟମର ଏହି ମ୍ୟୁଜିୟମ୍ଟି ଲୋକଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ବ୍ରୁଗ୍ସର ସବୁଠାରୁ ପୁରାତନ ମଧ୍ୟଯୁଗୀୟ ଅଟ୍ଟଟାଳିକା । ଏହି ମ୍ୟୁଜିୟମ୍ ଚକୋଲେଟ୍ର ଏକ ପ୍ରକାରର ଅଂଶ ଅଟେ । ଏଠାରେ ଆରଣ ଏକ ଭିନ୍ନ ଓ ଅନ୍ୟାନ୍ୟ ଚକୋଲେଟ୍ ସଂଗ୍ରହ ଦେଖିବାକୁ ପାଇବେ । ଚକୋଲେଟ୍ର ଏହି କଲେକ୍ସନ୍ ରାଜ ପରିବାରକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କରାଯାଇଥିଲା । ଏଠାରେ ଆପଣ ସ୍ୱାଦ, ଶବ୍ଦ ଓ ଚିତ୍ର ମାଧ୍ୟମରେ ହଜାର ହଜାର ବର୍ଷର ଚକୋଲେଟର ଇତିହାସ ଅନୁଭବ କରିପାରିବେ ।

• ମୁସି ଲେସ୍ ସିକ୍ରେଟ୍ସ୍ ଡୁ ଚକୋଲେଟ୍ :

ଏହି ମ୍ୟୁଜିୟମ୍ଟି ଫ୍ରାନ୍ସରେ ଚା ଏବଂ ଉପହାର ଦୋକାନ ସହିତ ଥିଏଟର ହିସାବରେ ତିଆରି କରାଯାଇଛି ।ଏଥିରେ ଆପଣ ବିଭିନ୍ନ ସ୍ୱାଦର ଚକୋଲେଟ୍ ଖାଇବାକୁ ପାଇବେ । ଏଠାରେ ପାସ୍ତା ଚକୋଲେଟ, ଚକୋଲେଟ୍ ବିଅର ,ଚକୋଲେଟ୍ ସିରକା ପରି ଅନ୍ୟାନ୍ୟ ସାଜସଜ୍ଜା ଚକୋଲେଡ୍ ଛାଞ୍ଚକୁ କିଣି ପାରିବେ ।

Get real time updates directly on you device, subscribe now.