fbpx

ବିଚ୍ ରାସ୍ତାରୁ ଉଠାଇ ନେଇ ୫ ବର୍ଷର ଝିଅକୁ ଗଣଦୁଷ୍କର୍ମ, ମୁହଁରେ ସ୍ପ୍ରେ କରିଥିଲେ ବେହୋସ୍ କରିବା ଗ୍ୟାସ୍

ଔରାଙ୍ଗାବାଦ୍: ୫ ବର୍ଷର ଝିଅ ବଜାରକୁ ଜିନିଷ ଆଣିବାକୁ ଯାଇଥିବା ବେଳେ ରାସ୍ତା ମଝିରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ୫ ଜଣ ଯୁବକ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ଔରାଙ୍ଗାବାଦ୍ ଜିଲ୍ଲାର ବଦନପୁର ଥାନା ଅନ୍ତର୍ଗତ ଫୁଲବାରିୟା ଗାଁରୁ । ତେବେ ପୀଡ଼ିତାଙ୍କ ଉପରେ ବେହୋସ୍ ହେବା ସ୍ପ୍ରେ ମାରି ଉଠାଇ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନେ ଏକ ଶୁନଶାନ୍ ଜାଗାକୁ ନେଇ ଗଣଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗାଡ଼ିରେ ବସାଇ ନେଉଥିଲେ ।

ଘଟଣା ସମ୍ପର୍କରେ ପରିବାର ଲୋକ କୌଣସି ପ୍ରକାରେ ଜାଣି ପାରି ଅଭିଯୁକ୍ତଙ୍କୁ ଧରିପାରିଥିଲେ । ପୋଲିସ୍ କୁ ଏ ସମ୍ପର୍କରେ ଖବର ଦେଇଥିଲେ । ପୋଲିସ୍ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ବାକି ଦୁଇଜଣ ଫେରାର୍ ଅଛନ୍ତି । ପୀଡ଼ିତାଙ୍କ ଚିକିତ୍ସା ସଦର ହସ୍ପିଟାଲରେ ଜାରି ରହିଛି ।

Get real time updates directly on you device, subscribe now.