fbpx

ବ୍ୟାଙ୍କ ଅଫ ବରୋଦାରେ ୫୪୬ଟି ପଦବୀ ଖାଲି: ଆଜି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣମାନେ ବ୍ୟାଙ୍କ ଚାକିରି କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ଏକ ଭଲ ସୁଯୋଗ ଆସିଛି । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ୫୪୬ଟି ପଦବୀ ନିମେନ୍ତ ବିଜ୍ଞପ୍ତି ଜାରି ହୋଇଛି । ପ୍ରାର୍ଥୀଙ୍କୁ ଏନଆରଆଇ ୱେଲଥ ପ୍ରଡକ୍ଟ ମ୍ୟାନେଜର, ଗ୍ରୁପ ସେଲ୍ସ ହେଡ, ପ୍ରଡକ୍ଟ ମ୍ୟାନେଜର, ସିନିୟର ମ୍ୟାନେଜର, ପ୍ରାଇଭେଟ ବ୍ୟାଙ୍କର, ଆକ୍ୟୁଜିସନ ଅଫିସର, ରିଜିଓନାଲ ଆକ୍ୟୁଜିସନ ମ୍ୟାନେଜର, ନ୍ୟାସନାଲ ଆକ୍ୟୁଜିସନ ମ୍ୟାନେଜର ଆଦି ୧୨ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୧୪ ତାରିଖ ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ଆଜି ଆପଣଙ୍କ ପାଇଁ ଅନ୍ତିମ ସୁଯୋଗ ରହିଛି । ଜେନେରାଲ / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୬୦୦ ଟଙ୍କା ରହିଥିବା ବେଳେ ଏସସି / ଏସଟି / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ରହିଛି । ପେମେଣ୍ଟ ଡେବିଟ୍ କାର୍ଡ / କ୍ରେଡିଟ କାର୍ଡ / ଇଣ୍ଟରନେଟ ବ୍ୟାଙ୍କିଂରେ ଅନଲାଇନ୍ ମୋଡ଼ରେ କରାଯିବ । ପ୍ରାର୍ଥୀ ଯେ କୌଣସି ବିଭାଗରେ ଡିଗ୍ରୀ ପାସ କରିଥିବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://www.bankofbaroda.in/career/current-opportunities

ନୋଟିଫିକେସନ ଲିଙ୍କ-୧: https://www.bankofbaroda.in/-/media/Project/BOB/CountryWebsites/India/Career/wms-detailed-advertisement-acquisition-officers-22-04.pdf

ନୋଟିଫିକେସନ ଲିଙ୍କ-୨: https://www.bankofbaroda.in/-/media/Project/BOB/CountryWebsites/India/Career/wms-detailed-advertisement-reinitiation-22-feb-2023-22-04.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.bankofbaroda.in/

Get real time updates directly on you device, subscribe now.