fbpx

ଦେଶରେ ୨୪ ଘଣ୍ଟାରେ ୪୪,୨୩୦ ପଜିଟିଭ ଚିହ୍ନଟ,  ୫୫୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି  । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା  । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୫୫୫ ଜଣଙ୍କ ମୃତ୍ୟୁ ଘଟିଛି  । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୩ ହଜାର ୨୧୭କୁ ବୃଦ୍ଧି ପାଇଛି  । ଦିନକରେ ୪୪ ହଜାର ୨୩୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି  ।

 

ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୧୫୫ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୭ ଲକ୍ଷ ୪୩ ହଜାର ୯୭୨କୁ ବୃଦ୍ଧି ପାଇଛି  । ବର୍ତ୍ତମାନ ସୁଦ୍ଧା ୪୫ କୋଟି ୬୦ ଲକ୍ଷ ୩୩ ହଜାର ୭୫୪ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି  । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି  ।

Get real time updates directly on you device, subscribe now.