fbpx

୫୮ କୋଟି ନଗଦ, ୩୨ କିଲୋ ସୁନା…ବ୍ୟବସାୟୀଙ୍କ ଘରେ ଆଇଟି ରେଡ: ମିଳିଲା ୩୯୦ କୋଟିର ବେନାମୀ ସମ୍ପତ୍ତି

ମୁମ୍ବାଇ: ଇଡି ପରେ ଆକ୍ସନ ମୋଡ଼ରେ ଆୟକର ବିଭାଗ । ପଶ୍ଚମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗର ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରକାରୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ, ଯେଉଁଥିରେ ପ୍ରବଳ ମାତ୍ରାରେ ବେନାମୀ ସମ୍ପତ୍ତି ଜବତ ହୋଇଛି ।

ପ୍ରାୟ ୩୯୦ କୋଟିର ବେନାମୀ ସମ୍ପତ୍ତି ଜବତ କରିଛି ଆୟକର ବିଭାଗ, ଯେଉଁଥିରେ ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା, ହିରା-ମୋତୀ ଓ ଅନେକ ସମ୍ପତ୍ତିର କାଗଜପତ୍ର ଜବତ ହୋଇଛି । ଚଢ଼ାଉରେ ମିଳିଥିବା ଟଙ୍କାକୁ ଗଣିବା ପାଇଁ ବିଭାଗକୁ ୧୩ ଘଣ୍ଟା ସମୟ ଲାଗିଥିଲା । ଇନକମ୍ ଟ୍ୟାକ୍ସ ୧ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଚଢ଼ାଉ କରିଥିଲା ।

आईटी की छापेमारी में महाराष्ट्र में भारी कैश बरामद

ଆୟକର ବିଭାଗର ନାସିକ ବ୍ରାଞ୍ଚ ଏହି ଚଢ଼ାଉରେ ସଫଳ ହୋଇଛି । ରାଜ୍ୟର ପ୍ରାୟ ୨୬୦ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଆଇଟି କର୍ମଚାରୀମାନେ ୫ଟି ଟିମରେ ବିଭାଜିତ ହୋଇଥିଲେ ଓ ଏହି ଚଢ଼ାଉରେ ପ୍ରାୟ ୧୨୦ରୁ ଅଧିକ ଗାଡ଼ି ବ୍ୟବହୃତ ହୋଇଥିଲା ।

Get real time updates directly on you device, subscribe now.