୫ଜି ଥାଇ ବି ଇଣ୍ଟରନେଟ୍ ସ୍ଲୋ କାହିଁକି? ଜାଣନ୍ତୁ ଏହାକୁ ଠିକ୍ କରିବାର ସହଜ ଉପାୟ
ଫୋନ୍ରେ 5G ଦେଖାଉଛି, ତଥାପି ଇଣ୍ଟରନେଟ୍ ସ୍ପିଡ୍ କମ୍? ଜାଣନ୍ତୁ କାରଣ ଓ ସମାଧାନ
ଓଡ଼ିଶା ଭାସ୍କର ଡେସ୍କ: ଯଦି ଆପଣଙ୍କ ଫୋନ୍ରେ ୫ଜି ସପୋର୍ଟ କରୁଛି ଏବଂ ସିମ୍ ମଧ୍ୟ ୫ଜି ନେଟୱାର୍କରେ ଚାଲୁଛି, ମାତ୍ର ଇଣ୍ଟରନେଟ୍ ସ୍ପିଡ୍ ଅତ୍ୟନ୍ତ କମ ମିଳୁଛି, ତେବେ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ଫୋନ୍ରେ କୌଣସି ତ୍ରୁଟି ଅଛି। ଫୋନ୍ ସ୍କ୍ରିନ୍ରେ ୫ଜି ଆଇକନ୍ ଦେଖା ଯାଉଥିଲେ ହେଉଥିଲେ ମଧ୍ୟ ଅନେକ ସମୟରେ ଇଣ୍ଟରନେଟ୍ ମନ୍ଥର ହୋଇପାରେ। ଦୁର୍ବଳ ନେଟୱାର୍କ କଭରେଜ୍, ଟାୱାର୍ ଉପରେ ଅଧିକ ଚାପ ଏବଂ ଫୋନ୍ର ନେଟୱାର୍କ ସେଟିଂସ ଭଳି ସମସ୍ୟା ଏହାର କାରଣ ହୋଇପାରେ।
୫ଜି ଆଇକନ୍ ଦେଖାଯିବା ଯଥେଷ୍ଟ ନୁହେଁ: ଫୋନ୍ ସ୍କ୍ରିନ୍ରେ ୫ଜି ଆଇକନ୍ ଦେଖିଲେ ମନରେ ହୁଏ ଯେ, ଇଣ୍ଟରନେଟ୍ ସବୁଠାରୁ ଦ୍ରୁତ ଗତିରେ ଚାଲିବା କଥା, କିନ୍ତୁ ସବୁବେଳେ ଏହା ହୁଏ ନାହିଁ। ଏହି ଆଇକନ୍ କେବଳ ସୂଚାଏ ଯେ ଫୋନ୍ଟି ୫ଜି ନେଟୱାର୍କ ସହିତ ସଂଯୁକ୍ତ ଅଛି। ପ୍ରକୃତ ସ୍ପିଡ୍ ନେଟୱାର୍କର କ୍ଷମତା ଏବଂ ଉପଲବ୍ଧ ସମ୍ବଳ ଉପରେ ନିର୍ଭର କରେ।
ଟାୱାର୍ ଉପରେ ଅଧିକ ଲୋଡ୍: ଯଦି ଗୋଟିଏ ମୋବାଇଲ୍ ଟାୱାର୍ରୁ ବହୁତ ସଂଖ୍ୟକ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ତେବେ ନେଟୱାର୍କ ଉପରେ ଚାପ ବଢ଼ିଯାଏ, ଯାହାଫଳରେ ୫ଜି ସତ୍ତ୍ୱେ ସ୍ପିଡ୍ କମ ମିଳିଥାଏ। ଏହାବତୀତ, ଘରର କାନ୍ଥ, ଝରକା ଏବଂ କୋଠାର ଗଠନ ମୋବାଇଲ୍ ସିଗନାଲ୍କୁ ପ୍ରଭାବିତ କରିଥାଏ, ଯେଉଁଥିପାଇଁ ଘର ଭିତରେ ୫ଜି ସ୍ପିଡ୍ ବାହାର ଅପେକ୍ଷା କମ୍ ହୋଇଥାଏ।
ସ୍ଲୋ ୫ଜି ସ୍ପିଡ୍ ଠିକ୍ କରିବା ପାଇଁ କ’ଣ କରିବେ?
- ସର୍ବପ୍ରଥମେ ଫୋନ୍କୁ ରିଷ୍ଟାର୍ଟ କରି ସ୍ପିଡ୍ ଯାଞ୍ଚ କରନ୍ତୁ।
- ଖାଲି ସ୍ଥାନ ବା ଝରକା ପାଖକୁ ଯାଇ ଦେଖନ୍ତୁ ଯେ ଇଣ୍ଟରନେଟ୍ ସ୍ପିଡ୍ରେ କିଛି ପରିବର୍ତ୍ତନ ଆସୁଛି କି ନାହିଁ।
- ଫୋନ୍ର ନେଟୱାର୍କ ସେଟିଂସ ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକ ପଡ଼ଲେ ନେଟୱାର୍କ ସେଟିଂସକୁ ରିସେଟ୍ କରନ୍ତୁ।
- ଯଦି ସମସ୍ୟା ସବୁସ୍ଥାନରେ କ୍ରମାଗତ ଭାବେ ରହେ, ତେବେ ସିମ୍ ବଦଳାଇବା କିମ୍ବା ମୋବାଇଲ୍ ଅପରେଟର୍ ସହିତ ଯୋଗାଯୋଗ କରି ନେଟୱାର୍କ ସଂଯୋଗ ଯାଞ୍ଚ କରାଇବା ଉଚିତ୍।


