fbpx

ଏହି ୨୩ଟି ସ୍ମାର୍ଟଫୋନରେ ଚାଲିବ 5G Network: ଲିଷ୍ଟ ଏବେ ଚେକ୍ କରି ନିଅନ୍ତୁ

ନୂଆଦିଲ୍ଲୀ: ଭାରତବର୍ଷରେ ୫ଜି ନେଟୱାର୍କ ଲଞ୍ଚ ହୋଇସାରିଛି । ପ୍ରାଥମିକ ପର୍ଯ୍ୟାୟରେ ଦେଶର କିଛି ସୀମିତ ସହରରେ ୫ଜି ସେବା ଉପଲବ୍ଧ ହେବ । ଏୟାରଟେଲ ଦେଶର ୮ଟି ସହରରେ ନିଜର ସେବା ଲଞ୍ଚ କରିଛି । ଏହି ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର, ବାରଣାସୀ ଆଦି ସହରରେ ଏୟାରଟେଲ ୫ଜି ପ୍ଲସ ସର୍ଭିସ ମିଳୁଛି ।

ତେବେ ବର୍ତ୍ତମାନ କିଛି ୟୁଜର୍ସଙ୍କ ଫୋନରେ ୫ଜି ନେଟୱାର୍କ ଆସୁନାହିଁ । ଏହି ୟୁଜର୍ସମାନେ ୫ଜି ସପୋର୍ଟ କରୁଥିବା ସ୍ମାର୍ଟଫୋନ କିଣିଥିଲେ । ତେବେ ଆପଣମାନେ ଯଦି ଏଭଳି କିଛି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଖୁବଶୀଘ୍ର ଆପଣମାନେ ୫ଜି ସେବାର ଏକ୍ସପିରିୟନ୍ସ କରିପାରିବେ । ଏଥିପାଇଁ ସ୍ମାର୍ଟଫୋନ ବ୍ରାଣ୍ଡର ଓଟିଏ ଅପଡେଟ ଜାରି କରିପାରିବେ । ତେବେ ଏନେଇ ସବିଶେଷ ସୂଚନା ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଯେଉଁସବୁ ସ୍ମାର୍ଟଫୋନରେ ୫ଜି ସପୋର୍ଟ କରିବ ତା’ର ଏକ ଲିଷ୍ଟ ଏୟାରଟେଲ ପକ୍ଷରୁ ଜାରି କରାଯାଇଛି ।

ଯଦି ଆପଣ ଜିଓମି, ରେଡମି ବା ପୋକୋର ସ୍ମାର୍ଟଫୋନ ୟୁଜ କରିଛନ୍ତି, ତେବେ ସେହି ଡିଭାଇସକୁ ନେଇ ଏକ ଲିଷ୍ଟ ଜାରି ହୋଇଛି । ଏହିସବୁ ସ୍ମାର୍ଟଫୋନରେ ୫ଜି ନେଟୱାର୍କ ମିଳିବ । ଏହି ଲିଷ୍ଟରୁ ଆପଣ ନିଜର ସ୍ମାର୍ଟଫୋନର ନାମ ଖୋଜି ପାରିବେ । ଯଦି ଆପଣଙ୍କ ଫୋନର ନାମ ଏହି ଲିଷ୍ଟରେ ନାହିଁ, ତେବେ ଆପଣଙ୍କୁ ଅପଡେଟ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଯଦି ଆପଣଙ୍କ ସହଜରରେ ୫ଜି ସର୍ଭିସ୍ ଲାଇଭ୍ ହେବ, ତେବେ ଆପଣଙ୍କୁ ୫ଜି ନେଟୱାର୍କ ମିଳିପାରିବ ।

Xiaomi Mi 10
Xiaomi Mi 10i
Xiaomi Mi 10T
Xiaomi Mi 10T pro
Xiaomi Mi 11 Ultra
Xiaomi Mi 11X Pro
Xiaomi Mi 11X
Poco M3 Pro 5G
Poco F3 GT
Xiaomi Mi 11 Lite NE
Redmi Note 11T 5G
Xiaomi 11T Pro
Xiaomi 11i Hyper Charge
Redmi Note 10T
Redmi Note 11 pro plus
Poco M4 5G
Poco M4 Pro 5G
Xiaomi 12 pro
Xiaomi 11i
Redmi 11 prime + 5G
Redmi K50i
Poco F4 5G
Poco X4 pro

Get real time updates directly on you device, subscribe now.