fbpx

ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ:LNJP ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସମେତ ମଙ୍କିପକ୍ସର ଆତଙ୍କ ମଧ୍ୟ ଦେଖାଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛି । ତେବେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

ଏନେଇ ହସ୍ପିଟାଲ କତୃପକ୍ଷ ଡାକ୍ତର ସୁରେଶ କୁମାର ସୂଚନା ଦେଇଛନ୍ତି । ତେବେ ଡାକ୍ତରଙ୍କ ଏକ ଟିମ୍ ଉକ୍ତ ମହିଳାଙ୍କୁ ଚିକିତ୍ସା କରୁଛନ୍ତି । ଡାକ୍ତର ସୁରେଶ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମଣର ଏହା ହେଉଛି ୫ମ ମାମଲା । ତେବେ ମୋଟ ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ଜଣେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.