fbpx

ତାତୁଛି ଓଡିଶା! ୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହର

ଭୁବନେଶ୍ୱର,୨୧ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ବୌଦ୍ଧ । ସେହିପରି ଅନୁଗୁଳରେ ୪୧.୭ ଡିଗ୍ରୀ, ସୋନପୁରରେ ୪୧, ତାଳଚେରରେ ୪୦.୧, ବାରିପଦା ଓ ଟିଟିଲାଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ଥିବା ବେଳେ କଟକରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.