fbpx

ଚାମଚରେ ସୁଡ଼ଙ୍ଗ ଖୋଳି ହାଇ ସିକ୍ୟୁରିଟି ଜେଲରୁ ୬ଜଣ ଦୁର୍ଦ୍ଦାନ୍ତ ଅପରାଧି ଫେରାର୍, ପୋଲିସ୍ ବି ପାଇଲାନି ଟେର୍

ନୂଆଦିଲ୍ଲୀ: ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଜେଲ୍ ରୁ ଫେରାର୍ ହେବାର ଅନେକ ଫିଲ୍ମ ତିଆରି ହୋଇଛି । ଏହିସବୁ ଫିଲ୍ମରେ ଖୁବ୍ ସହଜରେ ଫେରାର୍ ହେବାକୁ ଚାହୁଁଥିବା ଲୋକଟି ଜେଲ୍ କୁ କୌଣସି ନା କୌଣସି ଉପାୟ କରି ଜେଲ୍ ରୁ ଫେରାର୍ ହୋଇଯାଏ । ତେବେ ଇସ୍ରାଏଲ୍ ରେ ବି କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ଜେଲ୍ ରୁ ୬ଜଣ ଦୁର୍ଦ୍ଦାନ୍ତ ଅପରାଧି ସୁଡ଼ଙ୍ଗ ଖୋଳି ସେହି ରାସ୍ତା ଦେଇ ଜେଲ୍ ରୁ ଫେରାର୍ ହୋଇଯାଇଛନ୍ତି । ଏହି ଜେଲ୍ ବ୍ରେକ୍ କୁ ନେଇ ଇସ୍ରାଏଲ୍ ର ଅଧିକାରୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଇସ୍ରାଏଲ ଜେଲ୍ ଜେଲ ରେ ଥିବା ୬ଜଣ ଫିଲିସ୍ତାନୀ କଏଦୀ ଏକ ଦମ୍ ଫିଲ୍ମୀ ଷ୍ଟାଇଲ୍ ରେ ପ୍ଲାନ୍ ଅନୁସାରେ ଫେରାର୍ ହୋଇଛନ୍ତି । ସେମାନେ ଜେଲ୍ ରେ ଥିବା ସମୟରେ ଅନେକ ଦିନ ଧରି ଏକ ସୁଡ଼ଙ୍ଗ ଖୋଳିବାରେ ଲାଗିଥିଲେ ଓ ଏହାର ପତା କାହାକୁ ବି ଲଗାଇବାକୁ ଦେଖନଥିଲେ । ତେବେ କଏଦୀ ମାନେ ଫେରାର୍ ହେବାପରେ ସୋମବାର ଦିନ ସେମାନଙ୍କୁ ଖୋଜିବାକୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି ।

 

ତେବେ ଏହି ଘଟଣା ଇସ୍ରାଏଲ ର ଗିଲବୋ ଜେଲରେ ହୋଇଛି । ପୋଲିସ୍ କହିଛି ଯେ, ଫେରାର୍ ହୋଇଥିବା ୬ଜଣ କଏଦୀ ଗୋଟିଏ ସେଲ୍ ରେ ରହୁଥିଲେ । ହାଇ ସିକ୍ୟୁରିଟି ଜେଲ୍ ରୁ ଫେରାର୍ ହେବାପାଇଁ ସେମାନେ ବାଥରୁମ୍ ରେ ଏହି ସୁଡ଼ଙ୍ଗ ତିଆରି କରିଥିଲେ । ସେମାନେ ଚାମଚ ଜରିଆରେ ଏହି ସୁଡ଼ଙ୍ଗ ଖୋଳିଥିବା ପୋଲିସ୍ କହିଛି । ଅନେକ ଦିନ ଧରିୀ ସେମାନେ ଏହି ପ୍ଳାନ୍ କରିଥିଲେ ।

Get real time updates directly on you device, subscribe now.