fbpx

weather update: ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ପାଇଁ ୬ ଯନ୍ତ୍ରୀଙ୍କୁ ଦିଆଗଲା ୮ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ତେବେ ଏହାରି ମଧ୍ୟରେ ସମ୍ଭାବ୍ୟ ବର୍ଷାସ୍ଥିତିକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬ ଯନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ମିଳିଥିବା ସୂଚନା ଅନୂଯାୟୀ, କଟକ ପାଇଁ ଇଂ ବାଲେଶ୍ୱର ନାଥ ସାହୁ, ପୁରୀ ପାଇଁ ଇଂ ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଇଂ ବିଜୟ କୁମାର ସାମଲ, କେନ୍ଦ୍ରାପଡ଼ା ପାଇଁ ଇଂ ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ପାଇଁ ଇଂ ଧନେଶ୍ୱର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ଇଂ ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ୱ ଦିଆଯାଇଛି ।

 

Get real time updates directly on you device, subscribe now.