ଟଳିଲେ ୬ ନକ୍ସଲ; ଛତିଶଗଡ଼ର ବିଜାପୁରରେ ହୋଇଛି ବଡ଼ ଧରଣର ଏନକାଉଣ୍ଟର, ୨ ଯବାନ ଶହୀଦ ହୋଇଥିବା କୁହାଯାଉଛି…

ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଆରମ୍ଭ ହେଲା ଛକାପଞ୍ଝା

ଓଡିଶା ଭାସ୍କର: ଛତିଶଗଡର ବିଜାପୁରରେ ପୁଣି ବଡ଼ ଧରଣର ଏନକାଉଣ୍ଟର। 6 ନକ୍ସଲ ଏନକାଉଣ୍ଟର ଦୁଇ ଯବାନ ଶହୀଦ।

ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି।ଏହାରି ଭିତରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ହୋଇଥିଲା।

ରିପୋର୍ଟ ଅନୁସାରେ, ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏହି ଭୟଙ୍କର ଏନକାଉଣ୍ଟର ହେଉଛି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ଏହି ଏନକାଉଣ୍ଟରରେ ଛଅ ଜଣ ନକ୍ସଲ ନିହତ ହୋଇଛନ୍ତି। ତେବେ ଏହି ଏନକାଉଣ୍ଟରରେ ଦୁଇ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି। ଯାହାକି ଅତ୍ଯନ୍ତ ଦୁଃଖଦ ଖବର।

ଦାନ୍ତେୱାଡା ଡିଆଇଜି କମଳଲୋଚନ କଶ୍ୟପ କହିଛନ୍ତି ଯେ ଗତ ଦୁଇ ଘଣ୍ଟା ଧରି ସୈନିକ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏପର୍ଯ୍ୟନ୍ତ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି, ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଏହି ଏନକାଉଣ୍ଟରରେ ଦୁଇଜଣ ଡିଆରଜି ସୈନିକ ମଧ୍ୟ ସହିଦ ହୋଇଛନ୍ତି। ବିଜାପୁରର ଗଙ୍ଗାଲୁର ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। ନିହତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସୈନିକମାନେ ବହୁ ସଂଖ୍ୟକ ନକ୍ସଲବାଦୀଙ୍କୁ ଘେରି ରହିଛନ୍ତି।

ଏନକାଉଣ୍ଟର ଏବେ ବି ଜାରି ରହିଛି।ରାତାରାତି ଆହୁରୀ ଅନେକ ନକ୍ସଲ ସଫା ହୋଇପାରନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ଯ ଯେ ଗତ କିଛି ଦିନ ତଳେ ନକ୍ସଲବାଦୀଙ୍କର ଜଣେ ଟପ ଲିଡର ହିଡିମା ଆତ୍ମସମର୍ପଣ କରିଥିଲା।

ପରେ ତାଙ୍କର ଜଣେ ଅତି ବିଶ୍ବସ୍ଥ ସାଥୀ ମଧ୍ୟ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାସହ ଏକାସଙ୍ଗେ ଅନେକ ମାଓବାଦୀ ଆସି ପୋଲିସ ପାଖରେ ସରେଣ୍ଡର କରିଥିଲେ।

ସମସ୍ତେ ଅସ୍ତ୍ରଶସ୍ତ୍ର ମଧ୍ୟ ପୋଲିସ କବଜାରେ ଦେଇ ଦେଇଥିଲେ। ବର୍ତ୍ତମାନ ମଧଅୟ ନକ୍ସଲ ଏନକାଉଣ୍ଟର ଚାଲିଛି। ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶଖୁ ମାଓମୁକ୍ତ କରିବା ପାଇଁ ଏହି ପ୍ରୟାସ କରାଯାଉଛି।