fbpx

ବନ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ର ୬ଟି ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ, ଷ୍ଟାଣ୍ଡ ବାଏରେ୧୦ଟି ଟିମ୍

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପରାମର୍ଶ କ୍ରମେ ମୁଣ୍ଡଳିସ୍ଥିତ ୩ୟ ବାହିନୀ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ  ୬ଗୋଟି ଦଳ ବନ୍ୟା ମୁକାବିଲା ତଥା ଉଦ୍ଧାର କର୍ଯ୍ୟରେ ସାମିଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାକୁ ଯାତ୍ରା କରିଛନ୍ତିା ସେଥିମଧ୍ୟରୁ ବାଲେଶ୍ୱର ପାଇଁ ଗୋଟିଏ ଦଳ ଭଦ୍ରକ ,କେନ୍ଦ୍ରାପଡା, ଯାଜପୁର,ପୁରୀ ଓ କଟକ ଜିଲ୍ଲା ର ବାଙ୍କୀ ପାଇଁ ଗୋଟିଏ ଏହି ରି ମୋଟ ୬ ଗୋଟି ଦଳରେ ୧୫୦ ଜଣ ଜବାନ ଉଦ୍ଧାର କର୍ଯ୍ୟରେ ସାମିଲ ଅଛନ୍ତି । ଏନ୍‌ଡିଆର୍‌ଏଫ୍‌ର ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟାଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଇନସ୍ପେକ୍ଟର ଏସ୍‌ କେ ଶାନ୍ତି, ନରେନ୍ଦ୍ର କୁମାର, ଅମିତ ଗୁପ୍ତା ଉଦ୍ଧାର କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ୩ୟ ବାହିନୀ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଆଉ ୧୦ ଗୋଟି ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ ।

Get real time updates directly on you device, subscribe now.