fbpx

ବଡ଼ ଖୁଲାସା: ତୃତୀୟ ଲହରରେ ୬୦% ମୃତ୍ୟୁ ହୋଇଛି କେବଳ ଏହି ଗୋଟିଏ କାରଣରୁ, ଜାଣିଥାନ୍ତୁ କଣ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ତୃତୀୟ ଲହର ଖୁବ୍ ମାରାତ୍ମକ ସାବ୍ୟସ୍ତ ହୋଇଛି । ସଂକ୍ରମଣ ହାର ଲଗାତର ଭାବରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଛି । ତେଣୁ ଟିକାକରଣକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ବିଶେଷଜ୍ଞ ମାନେ ଏବେ କୋଭିଡ୍ ମୃତ୍ୟୁକୁ ନେଇ ବଡ଼ ଖୁଲାସା କରିଛନ୍ତି । ବର୍ତ୍ତମାନର ତୃତୀୟ ଲହରରେ ମୃତ୍ୟୁବରଣ କରିଥିବା ୬୦ ପ୍ରତିଶତ ଲୋକ ଏପରି ରହିଛନ୍ତି , ଯେଉଁ ମାନେ ଟିକାକରଣ କରିନଥିଲେ । ଏହି ତଥ୍ୟ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ମ୍ୟାକ୍ସ ହେଲଥ କେୟାର୍ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକାଂଶ ମୃତ୍ୟୁ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ହୋଇଛି । ଏମାେନେ ମଧୁମେହ, ରକ୍ତଚାପ, କ୍ୟାନସର୍, ହୃଦରୋଗୀ ଭଳି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ହେଲଥକେୟାର୍ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ଆମ ହସ୍ପିଟାଲରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକ ଆଂଶିକ ଟିକାକରଣ କରିଥିଲେ ଓ କିଛି ଜଣ ବିଲକୁଲ୍ ବି ଟିକା ନେଇନଥିଲେ । ଯେଉଁ ମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନଙ୍କ ଠାରେ ଏହି ଭାଇରସ୍ ର ପ୍ରଭାବ ଅଧିକ ରହୁଥିବା ଦେଖାଯାଇଛି ।

ମହାମାରୀର ତୃତୀୟ ଲହରର ଏକ ତୁଳନାତ୍ମକ ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ମହାମାରୀର ତୃତୀୟ ଲହର ସମୟରେ କେବଳ ୨୩.୪ ପ୍ରତିଶତ ରୋଗୀ ଅମ୍ଳଜାନ ଆବଶ୍ୟକ କରୁଥିବାବେଳେ ଦ୍ୱିତୀୟ ଲହର ସମୟରେ ୭୪ ପ୍ରତିଶତ ଏବଂ ପ୍ରଥମ ତରଙ୍ଗ ସମୟରେ ୬୩ ପ୍ରତିଶତ ରୋଗୀଙ୍କୁ ଅମ୍ଳଜାନ ଦିଆଯାଇଥିଲା। ।

Get real time updates directly on you device, subscribe now.