fbpx

Graduatesଙ୍କ ପାଇଁ SBIରେ ୬୦୦ ପଦ ଖାଲି, ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଗ୍ରାଜୁଏଟଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ରେ ୬୦୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ୧୮ ଅକ୍ଟୋବର ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ । ୱେଲଥ ମ୍ୟାନେଜମେଣ୍ଟ, ମାର୍କେଟିଂ ଓ ଏକଜିକ୍ୟୁଟିଭି ୟୁନିଟ ଫର୍ମ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ, ଏମବିଏ ଯୋଗ୍ୟତାଧାରୀ ଏଥିରେ ଆବେଦନ କରିପାରିବେ ।

ଏହି ପଦଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୯ ସେପ୍ଟେମ୍ବର ଅର୍ଥାତ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଏହାର ଅନ୍ତିମ ତାରିଖ ରହିଛି ୧୮ ଅକ୍ଟୋବର । GEN/EWS/OBC ଙ୍କ ପାଇଁ ୭୫୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି । ଅନ୍ୟ ବର୍ଗର ଆବେଦନକାରୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ । ତେବେ ଏହି ପୋଷ୍ଟ ସଂପର୍କୀତ ସମସ୍ତ ବିବରଣୀ ଯେପରିକି ଶିକ୍ଷାଗତ ଯୋଗ୍ୟତା, ଦରମା, ବୟସ ଆଦି ବିଷୟରେ ଜାଣିବା ପାଇଁ ଏସବିଆଇର ଅଫିସିଆଲ ୱେବସାଇଟକୁ ଭିଜିଟ୍ କରନ୍ତୁ ।

Get real time updates directly on you device, subscribe now.