fbpx

ଜୁନ ୨ ସୁଦ୍ଧା ୬୨୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଜୁନ ୨ ସୁଦ୍ଧା ଦେଶରେ ୬୨୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା ଆଇଏମଏ ପକ୍ଷରୁ କୁହାଯାଇଛି । ୬୨୪ ଡାକ୍ତଙ୍କ ମଧ୍ୟରୁ କେବଳ ଦିଲ୍ଲୀରୁ ୧୦୯ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ସମେତ ବିହାର ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟକ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

ତେବେ ଦିଲ୍ଲୀରେ ସର୍ବାଧିକ ୧୦୯ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୬, ଉତ୍ତରପ୍ରଦେଶରେ ୭୯, ରାଜସ୍ଥାନରେ ୪୩, ଝାରଖଣ୍ଡରେ ୩୯, ଆନ୍ଧ୍ରପ୍ରଦେଶରେ ୩୪, ତେଲେଙ୍ଗାନାରେ ୩୨, ଗୁଜରାଟରେ ୩୧ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ଆସାମରୁ ୮, ଛତିଶଗଡରୁ ୫, ଗୋଆରୁ ୨, ହରିୟାଣାରୁ ୩, ଜମ୍ମୁ ଓ କାଶ୍ମୀରରୁ ୩, କର୍ଣ୍ଣାଟକରୁ ୯, କେରଳରୁ ୫, ମଧ୍ୟପ୍ରଦେଶରୁ ୧୬, ମହାରାଷ୍ଟ୍ରରୁ ୨୩, ମଣିପୁରରୁ ୫, ଓଡିଶାରୁ ୨୨, ପଣ୍ଡିଚେରୀରୁ ଜଣେ, ପଞ୍ଜାବରୁ ୩, ତାମିଲନାଡୁରୁ ୨୧, ତ୍ରିପୁରାରୁ ୨, ଉତ୍ତରାଖଣ୍ଡରୁ ୨, ପଶ୍ଚିମଙ୍ଗରୁ ୩୦ ଓ ଅନ୍ୟାନ୍ୟରୁ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.